ସାମ୍ଭବ୍ୟ ବନ୍ୟା ସ୍ଥିତ ନେଇ ଜଳସମ୍ପଦ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧିପାଇଛି । ଏହି ପରିପ୍ରେକ୍ଷୀରେ ସାମ୍ଭବ୍ୟ ବନ୍ୟାକୁ ଦୃଷ୍ଟରେ ରଖି ଆଜି ପୂର୍ବାହ୍ନରେ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଅଧକ୍ଷତା କରି ରାଜ୍ୟ ଜଳ ସଂପଦ, ସୁଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ସ୍ଥିତିର ସମୀକ୍ଷା କରିଛନ୍ତି । ବୈଠକରୁ ଜଣାଯାଇଛି ଯେ, ରାଜ୍ୟର ବିଭିନ୍ନ ନଦୀରେ ଜଳ ବିପଦ ସଂକେତର ଯଥେଷ୍ଟ ତଳେ ପ୍ରବାହିତ ହେଉଛି । ମହାନଦୀର ଉପରମୁଣ୍ଡରେ ଏବେ ବେଶି ବର୍ଷା ହେଉନାହିଁ । ବୈତରଣୀ ନଦୀ ଜଳସ୍ତର ବୃଦ୍ଧି ପାଉଥିଲେ ମଧ୍ୟ ଏହି ନଦୀରେ ମଧ୍ୟ ଜଳ ବିପଦ ସଂକେତ ତଳେ ପ୍ରବାହିତ ହେଉଛି । ସବୁ ନଦୀର ଜଜପ୍ରବାହ ସ୍ଥିତିକୁ ଅନୁଧ୍ୟାନ କଲେ ବର୍ତମାନ ରାଜ୍ୟରେ ବନ୍ୟା ଆଶଙ୍କା ନାହିଁ ବୋଲି ରାଜ୍ୟ ଜଳସଂପଦ, ସୁଚନା ଓ ଲୋକ ସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ କହିଛନ୍ତି । ତେବେ ଆଗାମୀ ଦିନରେ ଅଧିକ ବର୍ଷା ଓ ଜଳଭଣ୍ଡାର ଗୁଡିକରେ ଜଳସ୍ଥିତିକୁ ନଜରରେ ରଖି ବନ୍ୟା ନିୟନ୍ତ୍ରଣ ପାଇଁ ସଜାଗ ହୋଇ କାର୍ଯ୍ୟ କରିବାକୁ ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ଯନ୍ତ୍ରୀମାନଙ୍କୁ ଆବଶ୍ୟକୀୟ ପରାମର୍ଶ ଓ ଦାୟୀତ୍ୱ ଦେଇଥିଲେ । ମନ୍ତ୍ରୀ ଶ୍ରୀ ଦାସ ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ଜ୍ୟୋତିର୍ମୟ ରଥ, ସର୍ବୋଚ୍ଚ ଯନ୍ତ୍ରୀ(ଯୋଜନା ଓ ପରିକଳ୍ପନା) ଇଂ ଧିରେନ କୁମାର ସାମଲ ଏବଂ ବ ିଭାଗର ଅନ୍ୟ ବରିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ହୀରାକୁଦ ଜଳଭଣ୍ଡାରର ଜଳଧାରଣ ସ୍ଥିତି ଓ ଅନ୍ୟ ନଦୀରେ ପ୍ରବାହିତ ଜଳ ଓ ସେସବୁର ବିପଦ ସଂକେତ ସ୍ତର ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବୈଠକରେ ଦର୍ଶାଯାଇଛି ଯେ, ବୈଶୟୀକ ଜ୍ଞାନକୌଶଳ ଜରିଆରେ କ୍ଷେତ୍ର ସ୍ତରରେ କାର୍ଯ୍ୟରତ ଯନ୍ତ୍ରୀ ଓ ଅଧିକାରୀଙ୍କ ଠାରୁ ବିଭିନ୍ନ ନଦୀର ଜଳସ୍ତର ସ୍ଥିତି ତଥ୍ୟ ଗ୍ରହଣ କରାଯାଇ ସମନ୍ୱିତ କରାଯାଉଛି, ଯାହାକି ଏବେ ବନ୍ୟା ନିୟନ୍ତ୍ରଣ ପାଇଁ ନିଷ୍ପତି ନେବାରେ ସହଜ ହେଉଛି । ସର୍ବୋଚ୍ଚ ଯନ୍ତ୍ରୀ ଇଂ ରଥ କହିଲେ ଯେ, ରେଙ୍ଗାଲୀ ଜଳଭଣ୍ଡାରରେ ଏବେ ଜଳ ସଂଗୃହିତ ହୋଇରହୁଛି । ଆଗାମୀ ୨୩ ତାରିଖରୁୂ ବର୍ଷା ଯୋଗୁଁ ଯଦି ଅଧିକ ଜଳ ଜଳଭଣ୍ଡାରକୁ ଆସେ, ତେବେ ସ୍ଥିତିକୁ ଦେଖି ଜଳ ଛଡାଯାଇପାରେ ହୀରାକୁଦ ଜଳଭଣ୍ଡାର ଉପର ମୁଣ୍ଡରେ ଅଧିକ ବର୍ଷା ନଥିବାରୁ ସ୍ଥିତିକୁ ଦୃଷ୍ଟରେ ରଖି ୧୦ଟି ଗେଟ ଖୋଲା ଯାଇଛି ବନ୍ୟା ନିୟନ୍ତ୍ରଣ, ଜଳବିଦୁ୍ୟତ ଶକ୍ତି ଉତ୍ପାଦନ, ଶିଳ୍ପ ଓ କୃଷି ପାଇଁ ଜଳଯୋଗାଣକୁ ଦୃଷ୍ଟରେ ରଖି ହୀରାକୁଦରେ ଜଳନନିୟନ୍ତ୍ରଣ କରିଛଡାଯାଉଛି । ରାଜ୍ୟର ୧୧ଟି ନଦୀ ବେସିନରେ ବର୍ଷା ପରିମାଣ ସଂପର୍କରେ ମନ୍ତ୍ରୀ ଅବଗତ ହେଇଥିଲେ । କ୍ଷେତ୍ର ସ୍ତରରୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବନ୍ୟା ନିୟନ୍ତ୍ରଣ ପ୍ରତି ସତର୍କ ଦୃଷ୍ଟି ରଖି କାର୍ଯ୍ୟକରିବାକୁ ମନ୍ତ୍ରୀ ଶ୍ରୀ ଦାସ ସମସ୍ତଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

Leave A Reply

Your email address will not be published.

14 − 6 =