ସାଲେପୁର: ଚିତାବାଘକୁ ନେଇ ଏବେ ସାଲେପୁର ଅଞ୍ଚଳର ୫ଖଣ୍ଡ ଗାଁରେ ଲୋକମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି । ଆଜି ମଧ୍ୟାହ୍ଣରେ ନାନ୍ଦୋଳ ବଜାର ନିକଟରେ ଥିବା ଗହିର ବିଲରେ ଏକ ଚିତା ବାଘ ବୁଲୁଥିବାର ସ୍ଥାନୀୟ ଲୋକେ ଦେଖି ସୋସିଆଲ୍ ମିଡିଆରେ ଏହାର ଭିଡ଼ିଓ ଭାଇରାଲ୍ ହେବାପରେ ବାଘ ବାହାରିଥିବା ସ୍ଥାନରେ ଲୋକମାନଙ୍କର ଭିଡ଼ ଜମିଥିଲା । କେତେକ ପ୍ରତ୍ୟକ୍ଷଦର୍ଶୀ ବାଘକୁ ଦେଖିଲାପରେ ବାଘଟି ଏକ ପୋଲ ତଳ ଷୋଠରେ ପଶିଯାଇଥିବା ଘଟଣା ପ୍ରଚାର ହେବାପରେ ପୋଲ ନିକଟରେ ଲୋକମାନେ ରୁଣ୍ଡ ହେବା ସହ ଏହାନେଇ ସାଲେପୁର ପୁଲିସକୁ ଖବର ଦେଇଥିଲେ । ପୁଲିସ ଭିଡ଼କୁ ଏଡାଇବାପାଇଁ ଘଟଣା ସ୍ଥଳରେ ପହଞ୍ôଚ କଟକ ଜଙ୍ଗଲ ବିଭାଗକୁ ଖବର ଦେଇଥିଲା । ଖବର ପାଇ ଜଙ୍ଗଲ ବିଭାଗ କର୍ମଚାରୀମାନେ ବାଘ ରହିଥିବା ପୋଲ ନିକଟରେ ପହଞ୍ôଚ ଷୋଠର ଏକ ପାଶ୍ୱର୍ରେ ନିଆଁ ଜାଳି ବାଘକୁ ବାହାର କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଦ୍ୟାବଧି ବାଘଟିର କୌଣସି ପତ୍ତା ମିଳିନାହିଁ । ଏହି ବାଘକୁ ନେଇ ଏବେ ସାଲେପୁର ଅଞ୍ଚଳର ନାନ୍ଦୋଳ, ସଉରୀ, ଶିଶୁଆ, ସମେତ ପାଞ୍ଚ ଖଣ୍ଡ ମୌଜାର ଲୋକମାନେ ଭୟଭୀତ ଅବସ୍ଥାରେ ଥିôବା ଜଣାଯାଇଛି । ଭିଡ଼ଓରୁ ଜଣାପଡୁଛି ଯେ ବାଘଟି ଚିତାବାଘ ଭଳି ଦେଖାଯାଉଛି । ଖବର ପାଇ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା କଟକ ଜିଲ୍ଲା ବନ ଅଧିକାରୀ ଦୁର୍ଗାଚରଣ ସାହୁ ଘଟଣା ସ୍ଥଳରେ ପହଞ୍ôଚ ବାଘକୁ ଧରିବାପାଇଁ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରୁଥିବା ଜଣାଯାଇଛି । ସେହିପରି ବନ ବିଭାଗ ପକ୍ଷରୁ ବାଘ ଦେଖାଯାଇଥିବା ନିକଟବର୍ତ୍ତୀ ଗ୍ରାମର ଜନସାଧାରଣମାନଙ୍କୁ ବାଘ ଧରାନଯିବା ପର୍ଯ୍ୟନ୍ତ ଲୋକମାନେ ସଚେତନ ରହିବା ସହ ଘରୁ ପଦାକୁ ନବାହାରିବାପାଇଁ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରୁଥିବା ଦେଖାଯାଇଛି । ଏହି ଖବର ଲେଖାହେଲାବେଳକୁ ଜଙ୍ଗଲ ବିଭାଗ ପକ୍ଷରୁ ବିଭିନ୍ନ ବିଭିନ୍ନ ବିଲବାଡ଼ି ଓ ଗଛବୁଦାମୂଳେ ବାଘଟିକୁ ଖୋଜା ଚାଲିଛି ।