ସାହାରା ଇଣ୍ଡିଆ ଜମାକାରୀଙ୍କ ଜମାଧନ ଫେରସ୍ତ ନେଇ କର୍ମଚାରୀଙ୍କ ଧାରଣା

ବ୍ରହ୍ମପୁର: ସ୍ଥାନୀୟ ଟାଟା ବେଞ୍ଚ୍ ରୋଡ଼ ନିକଟସ୍ଥ ସାହାରା ଇଣ୍ଡିଆ କାର୍ଯ୍ୟାଳୟ ସମ୍ମୁଖରେ ସାହାରା ଇଣ୍ଡିଆ ଜମାକାରୀଙ୍କ ଜମାଧନ ଫେରସ୍ତ ନେଇ କର୍ମଚାରୀମାନେ ଧାରଣା ଦେଇଥିଲେ । କର୍ମଚାରୀ ସଂଘର ସଭାପତି ବିଜୟ କୁମାର ପାଢୀଙ୍କ କହିବା ଅନୁଯାୟୀ ବ୍ରହ୍ମପୁର ସେକ୍ଟର ବ୍ରାଞ୍ଚର ମାଚୁରିଟି ହୋଇ ବର୍ଷ ବର୍ଷ ହୋଇ ଯାଇଥିଲେ ମଧ୍ୟ, ନିବେଶକ ମାନଙ୍କୁ ସାହାରା ଇଣ୍ଡିଅ । କମ୍ପାନୀ ପଇସା ଫେରସ୍ତ ନ’ କରି କାଗଜ ବଦଳରେ କାଗଜ ଦେବା ନୀତି ଅବଲମ୍ବନ କରିବାରୁ ନିବେଶକ ମାନେ ଏଜେଣ୍ଟ ମାନଙ୍କୁ ଗାଳି ଗୁଲଜ କରିବା, ମାଡ ମାରିବା, ତାଙ୍କ ପରିବାର ଉପରେ ମଧ୍ୟ ଅସାମାଜିକ ଅ ।କ୍ରମଣ କରିବାରେ ପଛାଇଲେ ନାହିଁ । ତେଣୁ ଏଜେଣ୍ଟ ମାନେ ୨୦୧୯ ମସିହାରେ ଦଳଗତ ଭାବେ ସାହାରା ସେକ୍ଟର ଅଫିସ୍ ଓ ରେଜିଓନାଲ ଅଫିସ ବନ୍ଦ କରି ଅ ।ନେ୍ଦାଳନ କଲେ । ଏହି ଆନେ୍ଦାଳନକୁ ପ୍ରତିହତ କରିବା ପାଇଁ ସାହାରାର ବରିଷ୍ଟ ଅଫିସର ମାନେ ପୋଲିସ ଓ ଏଣ୍ଟିସୋସିଆଲ ମାନଙ୍କୁ ସହଯୋଗ ନେଲେ । ଅମ୍ଭେମାନେ ଏହାର ପ୍ରତିବାଦ କରି ଜିଲାପାଳ, ଗଞ୍ଜାମ, ଉପ ଜିଲ୍ଲାପାଳ ବ୍ରହ୍ମପୁର ଏବଂ ଏସ୍.ପି., ବ୍ରହ୍ମପୁରଙ୍କ ଦୃଷ୍ଟି ଅ ।କର୍ଷଣ କଲୁ । ଏହି ଚିଠି ଉପରେ ଉପ-ଜିଲ୍ଲାପାଳ, ବ୍ରହ୍ମପୁର ଦିଗନ୍ତ ରାଉତରାୟ ମହୋଦୟ ଗତ ୧୫.୦୭.୧୯ ରିଖ ଦିନ ତାଙ୍କ ସଭାଗୃହରେ ତାଙ୍କ ଉପସ୍ଥିତିରେ ଏବଂ ଏସ୍ଡିପିଓ, ବ୍ରହ୍ମପୁର ଟାଉନ ଥାନଧିକାରୀ, ବୈଦ୍ୟନାଥ ପୁର ଏବଂ ସମସ୍ତ ଗଣମାଧ୍ୟମ ଓ ଏଜେଣ୍ଟ ମାନଙ୍କ ପ୍ରତିନିଧି ମାନଙ୍କୁ ନେଇ ଦୀର୍ଘ ୨ଘଣ୍ଟାର ଆଲୋଚନା ହେଲା । ଏଥିରେ କୌଣସି ସମାଧାନ ନ’ ହେବାରୁ ଆମ୍ଭ ଆନେ୍ଦାଳନକୁ ତୀବ୍ରତର କରିବା ଉଦେ୍ଧଶ୍ୟରେ ଯୋଜନା ପ୍ରସ୍ତୁତ କରିବା ସମୟରେ ସାହାରାର ଯୋନାଲ ଚିଫ୍ ଏବଂ ଟେରିଟୋରି ଚିଫ୍ ମିଶି କିଛି, କିଛି ପେମେଣ୍ଟ ବାବଦକୁ ଦେଇ ଅପୋସ ସମାଧାନ କଲେ ଏବଂ କମ୍ପାନୀର ସମାଧାନ ରାସ୍ତା ଖୋଲିବା ପର୍ଯ୍ୟନ୍ତ ଏହି ପ୍ରକାର ପ୍ରତି ମାସରେ ପେମେଣ୍ଟ ଓ ଏମ୍ଏସ୍ଆଇ ଦେବା ପାଇଁ ପ୍ରତିଶ୍ରୁତି ଦେଲେ । କିନ୍ତୁ କରୋନାର ବିଭିଷିକା ମଧ୍ୟରେ ନିବେଶକ ମାନେ ଅତିକ୍ରମ କରୁଥିବା ଅବସ୍ଥାରେ ଗତ ଫେବୃୟାରି ମାସ ଠାରୁ ଆଜି ସୁଧା କୌଣସି ପ୍ରକାର ପେମେଣ୍ଟ କିମ୍ବା ଏମ୍ ଅ ।ଇ ଏସ ଦେବାର ନାମଗନ୍ଧ ଧରୁ ନାହାନ୍ତି । ଉପ-ଜିଲ୍ଲାପାଳଙ୍କ ସଭାଗୃହରେ ସଭା ହେବା ସମୟକୁ ୪୦କୋଟି ଟଙ୍କାର ମାଚୁରିଟି ଥିଲା । ବର୍ତ୍ତମାନ ତାହା ବଢିବଢି ୬୦ କୋଟିରୁ ଊଦ୍ଧ୍ୱର୍କୁ ବଢି ଚାଲିଛି । ସାହାରା ଇଣ୍ଡିଆ ଓ ସେବିଆଇ ମଧ୍ୟରେ ହାଉସିଙ୍ଗ ଓ ରିୟଲଟ ଉପରେ ସୁପ୍ରିମକୋର୍ଟରେ କେସ୍ ଚାଲିଛି । କିନ୍ତୁ ସେହି କେସ୍ର ଆଳ ଦେଖାଇ, କମ୍ବରସିଆଲ, କ୍ରେଡିଟ କୋପରେଟିଭ ମଧ୍ୟ ପଇସା ଫେରୁନାହିଁ । ତେଣୁ ଆମେ ଜିଲ୍ଲାପାଳ ଓ ଏସ୍.ପି. ମିଶି ଉକ୍ତ ସମସ୍ୟାର ସମାଧାନ କରିବା ପାଇଁ ସାହାରା ଇଣ୍ଡିଆର ବରିÂ ଅଧିକାରୀମାନଙ୍କୁ ଏବଂ ଏଜେଣ୍ଟ ପ୍ରତିନିଧୁମାନଙ୍କୁ ନେଇ ଅନୁରୋଧ କରିଛୁ ।

Leave A Reply

Your email address will not be published.

3 × 4 =