ସାହାସପୁରରେ ବିଜୁ ଜୟନ୍ତୀ ପାଳିତ

ଯାଜପୁର: ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯାଜପୁର ବ୍ଲକ ସାହାସପୁର ଠାରେ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି । ବରୀ ବ୍ଲକ ବିଜେଡି ସଭାପତି କେଦାର ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପଂଚାୟତରାଜ ଦିବସରେ ମୁଖ୍ୟ ଅତିଥି ଭାବେ ବରୀ ବିଧାୟିକା ସୁନନ୍ଦା ଦାସ ଯୋଗଦେଇ ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ବାବୁଙ୍କ ଗୁଣାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ । ସ୍ୱର୍ଗତ ବିଜୁବାବୁ ରାଜ୍ୟ ପାଇଁ ଯେଉଁ ସ୍ୱପ୍ନ ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ସ୍ୱପ୍ନକୁ ସାକାର କରୁଛନ୍ତି । ଓଡ଼ିଶାର ବିକାଶ ପାଇଁ ଗମନାଗମନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ପାନୀୟ ଜଳ ଉପରେ ବିଶେଷ ଗୁରୁତ୍ୱ ଦେବା ସହ ବିଭିନ୍ନ ଜନହିତକର ଯୋଜନା ପ୍ରଣୟନ କରିଛନ୍ତି । ଅନ୍ୟତମ ଅତିଥି ଭାବେ ଯାଜପୁର ପୌରପାଳିକାର ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ଏ ସରକାର ସମୟରେ ବିକାଶର ପର୍ବ ଆରମ୍ଭ ହୋଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଚୟନ କରାଯାଇ ବିିଭିନ୍ନ ଯୋଜନାରେ ସାମିଲ କରାଯାଉଛି । ଗ୍ରାମର ବିକାଶ ଘଟିଲେ ରାଜ୍ୟର ବିକାଶ ଘଟିବ । ମିଶନ ଶକ୍ତି ମାଧ୍ୟମରେ ମହିିଳାଙ୍କୁ ସ୍ୱାବାଲମ୍ବୀ କରାଯାଉଛି । ଯାହାକି ମହିଳା ରୋଜଗାରକ୍ଷମ ହୋଇ ପାରୁଛନ୍ତି । ଆଗାମୀ ଦିନରେ ବିକାଶ ଦ୍ରୁତ ଗତିରେ ଅଗ୍ରସର ହେବ ବୋଲି ମତବ୍ୟକ୍ତ କରିଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକ ଓଡ଼ିଶାକୁ ଏକ ନମ୍ବର କରିିବାରେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଆଜି ସାକାର ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ବରୀ ବିଜେଡି ସଂଯୋଜକ ଦେବେନ୍ଦ୍ର ଦାସ, ବରିÂ ବିଜେଡି ନେତା ଗଣେଶ ଚନ୍ଦ୍ର ମହାକୁଡ଼, ଯାଜପୁର ବ୍ଲକ ବିଜେଡି ସଭାପତି ପରେଶ ବିଶ୍ୱାଳ, ଜିଲା ପରିଷଦ ସଭ୍ୟ ଅଶୋକ ସାମଲ ପ୍ରମୁଖ ଯୋଗଦେଇ ବିଜୁ ଜୟନ୍ତୀର ତାପôର୍ଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ବିଜୁ ବାବୁଙ୍କ ଗୁଣାବଳୀ ସମ୍ପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୁବନେତା ଅନିଲ ସାହାଣୀ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଦିବ୍ୟରଞ୍ଜନ ସାହୁ, କରୁଣାକର ଆଚାର୍ଯ୍ୟ, ରଞ୍ଜନ ପଣ୍ଡା, ମହିଳା ସଭାନେତ୍ରୀ ଜ୍ୟୋତ୍ସ୍ନାନାଥ ଶର୍ମା, ଦୁଷ୍ମନ୍ତ ସେଠୀ, ପ୍ରଫୁଲ୍ଲ ସାହୁ, କୁଳମଣି ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମରେ ନିହାର ସାମଲ ନିଜ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହେବା ସହିତ ବହୁ କର୍ମୀ ବିଭିନ୍ନ ଦଳ ପରିତ୍ୟାଗ କରି ବିଜେଡିରେ ସାମିଲ ହୋଇଥିଲେ । ଏହି ଅବସରରେ ବହୁ ମହିଳା, ବିଜେଡିର ଛାମୁଆ ନେତା, କର୍ମୀ ଏହି ବିଜୁ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.

4 − 1 =