ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ଅନଲାଇନ ସାହିତ୍ୟ ଆଲୋଚନା ଚକ୍ର


ବାଲେଶ୍ୱର: ରବିବାର ସନ୍ଧ୍ୟାରେ ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନାର ବିଷୟ ଥିଲା “ସାମ୍ପ୍ରତିକ କବିତାରେ ଦିଗ ଦିଗନ୍ତ” । ମୁଖ୍ୟ ଅତିଥିଙ୍କ ଆସନ ଗ୍ରହଣ କରିଥିଲେ ଓଡିଶାର ଆଗଧାଡିର କବି ଡଃ ହୁସେନ ରବି ଗାନ୍ଧୀ ତଥା ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ ଫକୀରମୋହନ ସାହିତ୍ୟ ପରିଷଦର ସମ୍ପାଦକ ଡଃ କୁମମାର ଗୋପାଳ । ସୁବର୍ଣ୍ଣପୁର ଜିଲ୍ଲାର ସାରସ୍ୱତ ସାଧକ ତଥା ଅନୁଷ୍ଠାନର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ପ୍ରାରମ୍ଭିକ ଅଭିଭାଷଣ ପରେ, ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦିକା ପ୍ରଣତି ମହାପାତ୍ର ଅତିଥି ପରିଚୟ ପତ୍ର ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ତାଙ୍କ ଦିକ୍ଷାନ୍ତ ଅଭିଭାଷଣରେ ସାହିତ୍ୟକୁ କାଳଜୟୀ କରିବାକୁ ହେଲେ ଜନଭାଷା ତଥା ଆଂଚଳିକ ଭାଷାର ବ୍ୟବହର କରିବା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଷ ଦେଇଥିଲେ । ସଚ୍ଚି ରାଉତରା, ଭୀମଭୋଇ ଇତ୍ୟାଦି କାଳଜୟୀ ସ୍ୟଷ୍ଟାମାନଙ୍କ ଉଦାହରଣ ଦେଇ ସେ ସେହିପରି ସାହିତ୍ୟ ସୃଷ୍ଟି କରିବା ପାଇଁ ଭାବ ବିହ୍ୱଳ କଣ୍ଠରେ ଆହ୍ୱାନ ଦେଇଥିଲେ । ତାଙ୍କ ବକ୍ତବ୍ୟରେ ବ୍ୟକ୍ତି ନୁହଁ ସମଷ୍ଟି ଉପରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନୀତ ଅତିଥି ପୁସ୍ତକ ଖାଲି କ୍ରୟ ନକରି ବରଂ ତାକୁ ପଢିବାକୁ ଓ ଲେଖିବାକୁ ସୁପରାମର୍ଷ ଦେଇଥିଲେ । ତାଙକ ମତରେ ସୃଷ୍ଟି ରଚନା କାଳରେ କେହି ଜାଣି ନଥାନ୍ତି ଯେ ତାହା କାଳଜୟୀ ହେବ, କିନ୍ତୁ ନିଷ୍ଠାର ସହିତ ରଚନା କଲେ ଆମେ ମଧ୍ୟ କାଳଜୟୀ ସ୍ରଷ୍ଟା ହୋଇପାରିବା । ସମ୍ପାଦିକା ଶ୍ରମତି ପ୍ରଣତି ମହାପାତ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ । ସଂଯୋଜନାରେ ଥିଲେ ସଞ୍ଜୟ କୁମାର ସାହୁ । ନିରଞ୍ଜନ ମହାନ୍ତି ମଂଚ ପରିଚାଳନା ଶବ୍ଦର ଦିପାବଳା ମୟ ପରିବେଶ ସୃଷ୍ଟି କରିଥିଲେ । ଉକ୍ତ ସନ୍ଧ୍ୟା ଆସରରେ ଯାଯପୁର ବିନୋଦୀନି ଦାସ, ସନ୍ତୋଷ କୁମାର ପରିଡା, ଅମର ନାଥ ବାରିକ, ବିନୟ କୁମାର ମହାପାତ୍ର, ସୁଶାନ୍ତ କୁମାର, ଭଦ୍ରକରୁ ଶୁଭ୍ରାଂଶୁ କୁମାର ମାହୁନ୍ତ, ରଞ୍ଜନ କୁମାର ପଣ୍ଡା, କଟକରୁ ସଞ୍ଜୟ ସାହୁ, ଢେଙ୍କାନାଳରୁ ଅଶୋକ ପ୍ରଧାନ, ତପନ ବିଶ୍ୱାଳ, ଭୁବନେଶ୍ୱରରୁ ପ୍ରଶାନ୍ତ ହୋତା, ରୀତା ଅପରାଜିତା ମହାନ୍ତ. ଅନୁଗୁଳୁରୁ ନନ୍ଦନୀ ରାଉତ, ପୁରୀରୁ ବୈଜନ୍ତି ମାଳା ରାଉତ, ବାଲୋଶ୍ୱରରୁ ସ୍ନିଗ୍ଧା ସାମନ୍ତରାୟ, ଜୁମରନାଥ ପାତ୍ର, ବିପିନ ବିହାରୀ ବାରିକ, ରାଜେନ୍ଦ୍ର କୁମାର ଗିରି, ରଞ୍ଜନ ମହାନ୍ତି, ସମର ବଲ୍ଲଭ ଭୋଇ, ପ୍ରଫୁଲ୍ଲ କୁମାର ଦାସ, ମୟୁରଭଞ୍ଜରୁ ଧିରେନ ବାଗ, ନବରଙ୍ଗପୁରରୁ ସାଗର ପରିଡା, ତେଲେଙ୍ଗାନାର ସାରସ୍ୱତ ସାଧକ ତଥା ବୈଜ୍ଞାନିକ ଅଧକାରୀ ଅରୁଣ କୁମାର ମହାପାତ୍ର, ଗଞ୍ଜାମରୁ ଅଜିତ କୁମାର ମହାପାତ୍ର ପ୍ରମୁଖ କବି କବୟତ୍ରୀ ସେମାନଙ୍କ ନିଜସ୍ୱ କବିତା ପରିବେଣେ କରିଥିଲେ । ଅତିଥିମାନେ ଏଭଳି କାର୍ଯ୍ୟକ୍ରମ ଆୟୋଜନ ଦେଖି ଆନନ୍ଦିତ ହେବା ସହ ସାହିତି୍ୟକ କବି ବନ୍ଧୁପରିବାରର ଉତରୋତର ଉନ୍ନତି କାମନାର୍ଥେ ଶୁଭବାର୍ତା ପପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ଅନ୍ତିମ ଭାଗରେ ପରିବାରର ବଡ ଭାଇ, ମୁଖ୍ୟ ଉପଦେଷ୍ଟା ତଥା ସୁସାହିତି୍ୟକ ଶ୍ରୀଯୁକ୍ତ ବିଶ୍ୱେଶର ମାଝୀଙ୍କ ଦ୍ୱାରା ଧନ୍ୟବାଦ ପ୍ରସ୍ତାବ ପାରିତ ହୋଇଥିଲା ଆସନ୍ତା ସପ୍ତାହର ଆସରଡଃ ହୁସେନ ରବି ଗାନ୍ଧୀଙ୍କୁ ସମର୍ପିତ କରିବାକୁ ମଧ୍ୟ ପ୍ରସ୍ତାବ ଗୃହୀତ ହୋଇଥିଲା ।

Leave A Reply

Your email address will not be published.

4 × two =