ସିଫାରେ “ଓଡିଶାରେ ଉଚ୍ଚମାନର ମତ୍ସ୍ୟ ଜାଆଁଳ ଉତ୍ପାଦନ – ଆଗାମୀ ରୂପରେଖ” ସଂପର୍କିତ କର୍ମଶାଳା

ଭୁବନେଶ୍ୱର : “ଓଡିଶାରେ ଉଚ୍ଚମାନର ମତ୍ସ୍ୟ ଜାଆଁଳ ଉତ୍ପାଦନ – ଆଗାମୀ ରୂପରେଖ” ସଂପର୍କିତ ପରାମର୍ଶିୟ କର୍ମଶାଳା କେନ୍ଦ୍ରୀୟ ମଧୁରଜଳ ଜୀବ ପାଳନ ପ୍ରତିଷ୍ଠାନ (ସିଫା) କୌଶଲ୍ୟାଗଂଗଠାରେ ଆଜି ଉଦଯାପିତ ହୋଇଯାଇଛି । ଏହିକର୍ମଶାଳା ଗତକାଲି ସିଫାର ନିର୍ଦେଶକ ଡଃ ପ୍ରମୋଦ କୁମାରସାହୁଙ୍କ ଦ୍ୱାରା ଉଦ୍ଘାଟିତହୋଇଥିଲା । ସ୍ୱାଗତ ଅଭିଭାଷଣରେ ଡଃସାହୁ କର୍ମଶାଳାର ଲକ୍ଷ୍ୟ ସମ୍ବନ୍ଧରେ ଆଲୋକପାତକରିଥିଲେ ।ଏନ୍ଏଫ୍ବିବି ର ସହଯୋଗରେ କୃଷକ, କୃଷିଉଦ୍ୟୋଗୀମାନେ ହାଚେରୀର ସୁପରିଚାଳନା କରିବା ସହିତ ଉନ୍ନତ ମାନର ଜାଆଁଳ ଉତ୍ପାଦନ କରିବାର କୌଶଳ ଉଦ୍ଭାବନ କରିବାକୁ ସେ ଆହ୍ୱାନ ଦେଇଥିଲେ । ସରକାରୀ ଓ ବେସରକାରୀସ୍ତରରେ ଥିବାମଲ୍ଟିପ୍ଲାୟର ୟୁନିଟ୍ମାଧ୍ୟମରେ ଉନ୍ନତ ମାନର ମାଛଜାଆଁଳ ଉତ୍ପାଦନ କରି ମତ୍ସ୍ୟଚାଷୀମାନଙ୍କୁ ସ୍ୱାବଲମ୍ବୀ କରାଇବ। ଏହି କର୍ମଶାଳାର ଲକ୍ଷ୍ୟ ବୋଲି କହିଥିଲେ । ଓଡିଶାରେ ଶୀତଳଜଳରେ ମାଛଚାଷକରିବା ପାଇଁ ସିଫା ତରଫରୁ ଗବେଷଣା କରାଯାଉଛି ବୋଲି ସେ ପ୍ରକାଶକରିଥିଲେ । ନିଜ ଅଭିଭାଷଣରେ ଡଃସାହୁ ପୋଖତା ମାଛର ଖାଦ୍ୟ, ସ୍ପନ୍ ପାଇଁ ଖାଦ୍ୟ ଏବଂମାଛ ରୋଗର କିପରି ପ୍ରତିକାର କରାଯାଇପାରିବ ଆଲୋଚନାକରିଥିଲେ । ବିଭାଗୀୟମୁଖ୍ୟ ତଥା ଏହି କର୍ମଶାଳାରସଂଯୋଜକଡଃ ପି. ସି. ଦାସମାଛଗୁଡ଼ିକ ମଧ୍ୟରେ ବିଭିନ୍ନତା ଆଣିବା ପାଇଁ ସିଫା କାର୍ଯ୍ୟକରୁଛି ବୋଲି କହିଥିଲେ । ମତ୍ସ୍ୟ ଅନୁବଂଶୀୟ ବିଭାଗୀୟମୁଖ୍ୟ ତଥା ସହସଂଯୋଜକ ଡଃଜେ. କେ. ସୁନ୍ଦରାୟ କହିଥିଲେ ଯେ ମତ୍ସ୍ୟ ଉପଭୋକ୍ତା ରେଖାଚିତ୍ରରେ ଓଡିଶାର ସ୍ଥାନ ଚତୁର୍ଥ ତଥାପି ଉଚ୍ଚ ମାନର ମାଛଜାଆଁଳ ଉତ୍ପାଦନ କ୍ଷେତ୍ରରେ ଓଡିଶାର ହାଚେରୀ ପରିଚାଳକମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ସେହି ସମସ୍ୟାଗୁଡ଼ିକର ସମାଧାନ କରିବାର ଉପାୟ ନିର୍ଣ୍ଣୟକରିବା ଏହିକର୍ମଶାଳାର ଲକ୍ଷ୍ୟ ବୋଲି ଡଃସୁନ୍ଦରାୟ କହିଥିଲେ । ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ଉପ ମହାନିର୍ଦେଶକ ଡଃଜେ. କେ. ଜେନା ଉଦ୍ୟାପନ ଦିବସରେ ଯୋଗଦାନକରି କୃଷକ, ମହିଳା ମତ୍ସ୍ୟକୃଷିଜୀବି, ଉଦ୍ୟୋଗୀ ଓ ହାଚେରୀ ପରିଚାଳକମାନେ ଏଭଳି କର୍ମଶାଳାରେ ଯୋଗଦାନ କରି ଜ୍ଞାନର ପରିସୀମା ବୃଦ୍ଧି କରିବା ସହିତ ରୋଜଗାର ଦ୍ୱିଗୁଣକରି ପାରିବେ ବୋଲି ଡଃଜେନା କହିଥିଲେ ।ଓଡିଶା, ଛତିଶଗଡ଼, ପଶ୍ଚିମବଂଗ, ଓଡିଶାକୃଷିବିଶ୍ୱବିଦ୍ୟାଳୟ, ଏନ୍ଏଫ୍ବିବି, କୃଷିବିଜ୍ଞାନ କେନ୍ଦ୍ର ଓ ସିଫାର ବୈଜ୍ଞାନିକ ପ୍ରଭୃତି ଶତାଧିକ ଏହି କର୍ମଶାଳାରେ ଯୋଗଦାନ କରିଥିଲେ ।ଏହି ପରିପ୍ରେକ୍ଷୀରେ ଏକ ପ୍ରଶିକ୍ଷଣ ପୁସ୍ତିକା ଉନ୍ମୋଚନ କରାଯାଇଥିଲା ।

Leave A Reply

Your email address will not be published.

2 × 1 =