ସିଲଭର ଗାନ୍ଧୀଙ୍କ ପଦଯାତ୍ରା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୦ତମ ଜନ୍ମଦିନ ଅବସରରେ ଓଡିଶାର ସିଲଭର ଗାନ୍ଧୀ ନିଜର ପଦଯାତ୍ରା ଜାରି ରଖିଛନ୍ତି । ଆଜି କୁରୁକ୍ଷେତ୍ରରୁ ପଦଯାତ୍ରାରେ ବାହାରି ଦୀର୍ଘ ୧୫୦ କିଲୋମିଟର ଅତିକ୍ରମ କରି ଦିଲ୍ଲୀରେ ପହଞ୍ଚିଛନ୍ତି ସିଲଭର ଗାନ୍ଧୀ । ଏହି ଅବସରରେ ସେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀକୁ ସାକ୍ଷାତ୍ କରିଥିଲେ । ସମଗ୍ର ବିଶ୍ୱବାସୀଙ୍କ ହୃଦୟରେ ସ୍ୱତନ୍ତ୍ର ଭାବେ ସ୍ଥାନ ପାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନିଜ ଜୀବନକୁ ବାଜି ଲଗାଇ ଅହରହ ସଂଗ୍ରାମ କରି ଆସୁଛନ୍ତି ସିଲଭର ଗାନ୍ଧୀ । ଏହା ପୂର୍ବରୁ ସେ ସମଗ୍ର ଭାରତ ବର୍ଷରେ ସ୍ୱଚ୍ଛ ଭାରତ ମିଶନକୁ କାର୍ଯ୍ୟକାରୀ କରିବା ଉଦ୍ଦେଶ୍ୟରେ ୨୦୦୦ କି.ମି. ପଦଯାତ୍ରା କରି ମହାମହୀମ ରାଷ୍ଟ୍ରପତିଙ୍କ ଠାରୁ ପୁରଷ୍କୃତ ହୋଇଥିଲେ । ବିଶ୍ୱରେ ଦେଖାଦେଇଥିବା ମହାମାରୀ ‘କୋଭିଡ୍-୧୯’ ଭଳି ଭୂତାଣୁ ଜନିତ ରୋଗକୁ ଖାତିର ନ କରି ବିଦ୍ୟାଳୟ, ମହାବିଦ୍ୟାଳୟ, ବିଭିନ୍ନ ଗ୍ରାମାଞ୍ଚଳ ସମେତ ସହରର ଗଳିକନ୍ଦି ତଥା ବସ୍ତିବାସିନ୍ଦାଙ୍କୁ ମାକ୍ସ ଏବଂ ସାନିଟାଇଜର କିଣି ବଣ୍ଟନ କରିଥିଲେ । ଏତଦ୍ବ୍ୟତୀତ ସହର-ବଜାରରେ ଫଳ ଦୋକାନ, ପରିବା ଦୋକାନ, ଗ୍ରୋସରୀ ଦୋକାନ ମାନଙ୍କରେ ଜନସାଧାରଣଙ୍କୁ ସଚେତନ କରିବା ଉଦେ୍ଧଶ୍ୟରେ ଗାନ୍ଧୀବେଶ ଧାରଣ କରି ଘଣ୍ଟ ବଜାଇ, ସାମାଜିକ ଦୂରତା ରକ୍ଷା କରିବା ଏବଂ ମାକ୍ସ ବ୍ୟବହାର କରିବାକୁ ଅନୁରୋଧ କରିଥାନ୍ତି ସିଲଭର ଗାନ୍ଧୀ ।

Leave A Reply

Your email address will not be published.

20 − eight =