ସୁକୁମା ଜବାହର ନବୋଦୟ ବଦ୍ୟାଳୟରେ ଜି20 ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ସୁକୁମା ଜିଲ୍ଲା ଜବାହର ନବୋଦୟ ବିଦ୍ୟାଳୟରେ ଏକଦିବସୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି  l ଉଚ୍ଚପ୍ରାପ୍ତ ଅଧ୍ୟକ୍ଷ ରଫି ମହମ୍ମଦଙ୍କ ସଭାପତିତ୍ଵରେ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ମାଲକାନଗିରି ଜିଲ୍ଲା ନୋଡାଲ ଅଧିକାରୀ ଡ. ରଞ୍ଜନ କୁମାର ସ୍ବାଇଁ ଯୋଗଦାନ କରି ଜି ୨୦ ସମ୍ମିଳନୀ ଆଭିମୁଖ୍ୟ ସହିତ ଜଳବାୟୁ ପରିବର୍ତ୍ତନ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ସମସ୍ତଙ୍କ ମଧ୍ୟରେ ଭାଇଚାରା ଭାବ ରଖି ଭାରତର ବିକାଶରେ ଜନ ଭାଗିଦାରୀ ହେବାପାଇଁ ପରାମର୍ଶ ଦେଇଥିଲେ  l ଏହି କାର୍ଯ୍ୟକ୍ରମକୁ ଛତିଶଗଡ଼ ରାଜ୍ୟ ସୁକୁମା ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପାଳନ ପୂର୍ବକ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ କରିଥିଲେ  ।  ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ରଚନା , ରୁଢ଼ିପ୍ରୟୋଗ , ଚିତ୍ରାଙ୍କନ ପ୍ରଭୁତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପବନ କୁମାର୍ ପାଠକ , ଅଧ୍ୟାପକ ମଞ୍ଚ ପରିଚାଳନା କରିଥିବାବେଳେ , ସନ୍ତୋଷ କୁମାର, ଚନ୍ଦନ କୁମାର୍ , ପ୍ରବିତା କୁମାର୍ ସିଂ, ରାହୁଲ ଶ୍ରୀବାସ୍ତବ , ଅନୁପ ଧନବିଜୟ , ଜିତେନ୍ଦ୍ର କୁମାର ରାୟ , ରାକେଶ କୁମାର ସୋନି, ତନୁଶ୍ରୀ ଜୈନ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ । ସଭା ପ୍ରାରମ୍ଭରେ ଦେବୀ ସରସ୍ଵତୀ ମା ଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ।  ଏହି ପାଠଚକ୍ର ଉତ୍ସବରେ ୨୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ,  ଶିକ୍ଷକ ଏବଂ ଅଣ ଶିକ୍ଷକ ବନ୍ଧୁ ଉପସ୍ଥିତ ରହି ଭକ୍ତ ସଭାକୁ ସlଫଲ୍ୟ କରିଥିଲେ । ସଭା ଶେଷରେ ମୁଖ୍ୟ ଅତିଥି ଡ଼. ରଞ୍ଜନ କୁମାର ସ୍ବାଇଁ ଙ୍କୁ ଉପ6ଢାକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା  l ଶେଷରେ ବରିଷ୍ଠ କିରାଣୀ ଲକ୍ଷ୍ମୀଧର ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ  l ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ବୁଦ୍ଧିଜୀବି ମହଲରେ ଆନନ୍ଦର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.

4 + sixteen =