ସୁନ୍ଦରଗଡ଼ ଜିଲ୍ଲା ଓ ବ୍ଳକ ସ୍ତରରେ ଫିଜିଓଥେରାପି ଦିବସ ପାଳିତ

ସୁନ୍ଦରଗଡ: ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ମଙ୍ଗଳବାର ଦିନ ନ୍ତବିଶ୍ୱ ଫିଜିଓଥେରାପି ଦିବସ’ ପାଳନ କରାଯାଇଛି । ଏହା ସହ ଜିଲ୍ଲାର ସମସ୍ତ ବ୍ଲକ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଦିବସ ପାଳନ କରାଯାଇଛି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ସିଡିଏମଓଙ୍କ ମାର୍ଗଦର୍ଶନରେ ଜିଲ୍ଲା ବ୍ୟାପୀ ସଚେତନତା ମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଚିକିତ୍ସା ଅଧିକାରୀ (ଏମଏସ) ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ, ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରର ନୋଡାଲ ଅଫିସର ଡାକ୍ତର ପ୍ରଭାକର ବଳ, ଡିପିଏମ୍ ଡାକ୍ତର ଦୀପକ ମହାନ୍ତି, ଯୋଗ ଶିକ୍ଷକ ଶଙ୍କର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ । ଆରବିଏସକେ ମ୍ୟାନେଜର ପ୍ରଶାନ୍ତ ପରିଜା କାର୍ଯ୍ୟକ୍ରମ ପରି·ଳନା କରିଥିଲେ ।
“ଅତ୍ୟାଧୁନିକ ଫିଜିଓଥେରାପି ଚିକିତ୍ସା ବଳରେ ଆମେ କେତେକ ଜଟିଳ ସମସ୍ୟାକୁ ଭଲ କରିପାରିବା । କେବଳ ଜଣେ ରୋଗୀକୁ ଫିଜିଓଥେରାପି, ବ୍ୟାୟାମ ଓ ଯୋଗ ଦରକାର ତାହା ନୁହଁ, ବରଂ ସୁସ୍ଥ ରହିବା ପାଇଁ ଆମ ସମସ୍ତଙ୍କୁ ନିୟମିତ ଭାବେ ବ୍ୟାୟାମ ଓ ଯୋଗ କରିବାର ଆବଶ୍ୟକତା ରହିଛି”, କହିଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ସାହୁ । ଏହି ଅବସରରେ କରୋନାରୁ ସୁସ୍ଥ ହୋଇଥିବା ୫ ଜଣ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ଲାଜମା ଦାନ କରିବା ପାଇଁ ସେମାନଙ୍କୁ ଉତ୍ସାହିତ କରାଯାଇଥିଲା । ଏହା ସହ ସୁନ୍ଦରଗଡ଼ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ରରେ ଦିଆଯାଉଥିବା ରୋବୋଟିr ଫିଜିଓଥେରାପି ଚିକିତ୍ସା ଏବଂ କୃତ୍ରିମ ଅଙ୍ଗରୋପଣ ଉପରେ ଆଧାରିତ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ), ଡିଏସଏସଓ, ଆରବିଏସକେ, ଆଇପିୟୁ ଏବଂ ଅତ୍ୟାଧୁନିକ ପୁନର୍ବାସ କେନ୍ଦ୍ର (ଏଆରସି) ପକ୍ଷରୁ ପରିଚାଳନା କରାଯାଇଥିଲା ।
ପ୍ରତିବର୍ଷ ସେପ୍ଟେମ୍ବର ୮ ତାରିଖକୁ ବିଶ୍ୱ ଫିଜିଓଥେରାପି ଦିବସ ଭାବେ ପାଳନ କରାଯାଉଛି । ଚଳିତ ବର୍ଷର ଥିମ୍ ହେଉଛି ନ୍ତକୋଭିଡ୍ ପରେ ପୁନର୍ବାସ’ । ନ୍ତନ୍ତଅନ୍ୟ ଗୁରୁତର ରୋଗ ସମେତ କୋଭିଡ୍-୧୯ରୁ ସୁସ୍ଥ ହେବା ପାଇଁ ଫିଜିଓଥେରାପି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । କୋଭିଡ୍ ପାଇଁ ଚିକିତ୍ସା ନେଉଥିବା ଜଣେ ବ୍ୟକ୍ତି କି ପ୍ରକାର ବ୍ୟାୟାମ କରିପାରିବେ ସେ ବାବଦରେ ଜଣେ ଫିଜିଓଥେରାପିଷ୍ଟ୍ ପରାମର୍ଶ ଦେଇପାରିବେ । ତେବେ ଜଣେ ଯେ କେହି ବ୍ୟକ୍ତି ସୁସ୍ଥ ରହିବା ପାଇଁ ପ୍ରତିଦିନ ବ୍ୟାୟାମ, ଯୋଗ ଆଦି ଅଭ୍ୟାସ କରିବା ଦରକାର”, କହିଛନ୍ତି ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କାହ୍ନୁ ଚରଣ ନାୟକ ।

Leave A Reply

Your email address will not be published.

three × two =