ସୁପରଭାଇଜର ଉଦ୍ଧାର : ୧୧ ଅପହରଣକାରୀ ଗିରଫ

ରାୟଗଡା : ରାୟଗଡା ଜିଲ୍ଲା କାଶିପୁର ବ୍ଲକରେ ରାସ୍ତା କାମ ନିର୍ମାଣ କରୁଥିବା ଠିକାଦାରଙ୍କ ୨ ଜଣ ସୁପରଭାଇଜରଙ୍କୁ ଡକାୟତ ଦଳ ଅପହରଣ କରି ୧୦ ଲକ୍ଷ ଟଙ୍କା ବଟି ମାଗିବାର ମାମଲାର ଖୁଲାସ କରିଛି ପୋଲିସ । ସୂଚନା ମୁତାବକ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର ମାଣ୍ଡିବିଶିରେ ରାସ୍ତା କାମ ନିର୍ମାଣ ଚାଲୁଥିବା ସମୟରେ ଡକାୟତ ଦଳର ୧୪ ଜଣ ସଦସ୍ୟ ରାସ୍ତା କାମରେ ନିୟୋଜିତ ୨ ଜଣ ସୁପରଭାଇଜର ସେନାପତି ନାଏକ ଓ ଜିତେନ୍ଦ୍ର ନାଏକଙ୍କୁ ଧମକ ଚମକ ଦେଇ ଭୟଭୀତ କରାଇବା ସହ ଠିକାଦରକୁ ଫୋନ କରିବା ପାଇଁ କହିଥିଲେ । ଭୟଭୀତ ଅବସ୍ଥାରେ ଥିବା ସୁପରଭାଇଜର ଠିକାଦାରଙ୍କୁ ଫୋନ କରିବା ପରେ ଡକାୟତ ମାନେ ଠିକାଦରଙ୍କୁ ୧୦ ଲକ୍ଷ ଟଙ୍କା ବଟି ମାଗିଥିଲେ । ଶୀଘ୍ର ଟଙ୍କା ନ ଆଣିଲେ ସୁପରଭାଇଜରଙ୍କୁ ଅପହରଣ କରାଯିବ ବୋଲି ମଧ୍ୟ ଧମକ ଚମକ ଦେଇଥିଲେ । ୧ ଘଂଟା ପର୍ଯ୍ୟନ୍ତ ଠିକାଦର ଘଟଣା ସ୍ଥଳରେ ନ ପହଂଚିବାରୁ ଡକାୟତ ମାନେ ଉଭୟ ସୁପରଭାଇଜରଙ୍କୁ ଅପହରଣ କରି ନେଇଥିଲେ । ଘଟଣା ସଂପର୍କରେ ଠିକାଦାର ଜଣକ କାଶିପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । କାଶିପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥଲା । ବିଶ୍ୱସ୍ତ ସୂତ୍ରରୁ ଡକାୟତ ମାନେ କଲ୍ୟାଣସିଂହପୁର ଅଂଚଳକୁ ଯାଇଥିବା ଜାଣିବାକୁ ପାଇବା ପରେ କାଶିପୁର ପୋଲିସ ଘଟଣା ସଂପର୍କରେ କଲ୍ୟାଣସିଂହପୁର ପୋଲିସକୁ ଜଣାଇଥିଲା । କଲ୍ୟାଣସିଂହପୁର ପୋଲିସ ଡକାୟତ ମାନଙ୍କୁ ଧରିବା ପାଇଁ ପାଟ୍ରୋଲିଂ ଆରମ୍ଭ କରିଥିଲେ । ପୋଲିସ ସଫଳତାର ସହ ୨ ସୁପରଭାଇଜରକୁ ଉଦ୍ଧାର କରିବା ସହ ୧୧ ଜଣ ଡକାୟତଙ୍କୁ ମଧ୍ୟ କାବୁ କରିବାରେ ସଫଳ ହୋଇଥିଲେ । ତେବେ ୩ ଜଣ ଡକାୟତ ୨ଟି ବାଇକ ଯୋଗେ ଫେରାର ହୋଇଯାଇଥିଲେ । ଡକାୟତ ମାନେ ଅପହରଣ ସମୟରେ ବ୍ୟବହାର କରିଥିବା ୫ଟି ବାଇକ, ମୋବାଇଲ ଫୋନକୁ ଜବତ କରିଥିଲେ । ଫେରାର ଥିବା ୩ ଡକାୟତକୁ ଧରିବା ପାଇଁ ପୋଲିସ ଟିମ ନିୟୋଜିତ ହୋଇଛନ୍ତି । ଏ ନେଇ କାଶିପୁର ଥାନାରେ କେଶ ନଂ ୧୦୮ ତା ୧୪.୦୭.୨୦୨୦ ପ୍ରକାରେ ଧାରା ୩୬୪ ଏ, ୩୮୬/୩୪ ପ୍ରକାରେ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲା

Leave A Reply

Your email address will not be published.

6 − 1 =