ସୁପରସୋନିକ୍ ମିସାଇଲ୍‘ସ୍ମାର୍ଟ’ର ପରୀକ୍ଷା ସଫଳ

ବାଲେଶ୍ୱର: ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ‘ଡିଆରଡିଓ’ ପକ୍ଷରୁ ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦୀପରୁ ସୁପରସୋନିକ‘ସ୍ମାର୍ଟ’(ସୁପରସୋନିକ ମିଶାଇଲ୍ ଆସିଷ୍ଟେଡ଼ ରିଲିଜ ଅଫ ଟର୍ପେଡେ଼ା)ର ସଫଳ ପରୀକ୍ଷା ଆଜି କରାଯାଇଛି । ସକାଳ ୧୧.୪୫ ମିନିଟ ସମୟରେ ଏହି ପରୀକ୍ଷା କରାଯାଇଥିଲା ବେଳେ ପରୀକ୍ଷା ସଫଳ ହୋଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ‘ସ୍ମାର୍ଟ’ ହେଉଛି କ୍ଷେପଣାସ୍ତ୍ର ଦ୍ୱାରା ପରିଚାଳିତ ଅଳ୍ପଓଜନ ବିଶିଷ୍ଟ ବୁଡ଼ାଜାହାଜ ବିଧ୍ୱଂସକାରୀ ଟର୍ପେଡୋ ସିଷ୍ଟମ । ଯାହା କ୍ଷେପଣାସ୍ତ୍ର ଦ୍ୱାରା ପରିଚାଳିତ ହେବ ଓ ନିର୍ଦ୍ଧିଷ୍ଟ ସ୍ଥାନରେ ଶତ୍ରୁ ପକ୍ଷର ବୁଡ଼ାଜାହାଜକୁ ଧ୍ୱଂସ କରିପାରିବ । ପ୍ରତିରକ୍ଷା ବିଭାଗ ସୂତ୍ରରୁ ଆହୁରି କୁହାଯାଇଛି ଯେ ସୁପରସୋନିକ ମିଶାଇଲ ସହ ଏହି ଟର୍ପେଡୋ ସଫଳତାର ସହିତ ଉତକ୍ଷେପଣ ହେବା ପରେ ସଠିକ ସମୟରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା । ମିସାଇଲରେ ସଂଶ୍ଳିଷ୍ଟ ହାଇବି୍ରଡ଼ ଟେକନୋଲୋଜି ସହାୟତାରେ ସମସ୍ତ ତଥ୍ୟ ଦେବା ସହିତ ବୁଡ଼ା ଜାହାଜର ନିର୍ଦ୍ଧିଷ୍ଟ ସ୍ଥାନ ବା ଲକ୍ଷ୍ୟ ସ୍ଥଳକୁ ଚିହ୍ନଟ କରିଥିଲା । ସବୁଠାରୁ ଉଲ୍ଲେଖନୀୟ ବିଷୟ କି, ଏହି ମିଶାଇଲର ଉଡ଼ାଣ ସମୟରେ ହିଁ ଲକ୍ଷ୍ୟସ୍ଥଳ ଚିହ୍ନଟ ହୋଇଥିଲା । ଲକ୍ଷ୍ୟସ୍ଥଳ ବା ବୁଡ଼ା ଜାହାଜର ଖୁବ ନିକଟବର୍ତ୍ତୀ ହେବା ପରେ ଟର୍ପେଡୋ ମିଶାଇଲରୁ ଅଲଗା ହୋଇଥିଲା ଓ ଲକ୍ଷ୍ୟଭେଦ କରିଥିଲା ।

Leave A Reply

Your email address will not be published.

4 × five =