ରାୟଗଡା: ରାୟଗଡାରେ ଏକ ମେଡିକାଲ କଲେଜ ଏବଂ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିÂା ଦାବୀ ଜୋର ଧରିଲା । ରାୟଗଡା ଜିଲ୍ଲାରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଭାବରେ ବିପର୍ଯ୍ୟସ୍ତ ହୋଇପଡିଥିବା ନେଇ ଯୁବ ବିକାଶ ପରିଷଦ ତରଫରୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଓ ରାୟଗଡା ଜିଲ୍ଲାରେ ଏକ ମେଡିକାଲ କଲେଜ ପ୍ରତିÂା ଦାବୀରେ ଯୁବ ବିକାଶ ପରିଷଦ ତରଫରୁ ଏକ ଦାବୀ ପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟେଶରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା । ୨୨ ତାରିଖ ସୁଦ୍ଧା ସରକାରଙ୍କ ତରଫରୁ ମେଡିକାଲ କଲେଜ ଏବଂ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ପ୍ରତିÂା କୌଣସି ପଦକ୍ଷେପ ଗ୍ରହଣ ନ କରାଗଲେ ଯୁବ ବିକାଶ ପରିଷଦ ତରଫରୁ ଗଣଧାରଣା ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା । ଯୁବ ବିକାଶ ପରିଷଦର ସଭାପତି ପ୍ରକାଶ କରିଛନ୍ତି ଯେ ଜିଲ୍ଲା ମାନ୍ୟତା ପାଇବାର ଦୀର୍ଘ ୨୮ ବର୍ଷ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ଜିଲ୍ଲାବାସୀ ଶତପ୍ରତିଶତ ସ୍ୱାସ୍ଥ୍ୟ ସେବା ପାଇବାରୁ ବଂଚିତ ଅଛନ୍ତି । ରାୟଗଡା ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ହୋଇଥିବାରୁ ଏଠାରେ ବସବାସ କରୁଥିବା ଜିଲ୍ଲାବାସୀ ସେପରି ଆର୍ଥିକ ସ୍ୱଚ୍ଛଳ ହୋଇନଥାନ୍ତି । ଜିଲ୍ଲାରେ ଆବଶ୍ୟକୀୟ ସ୍ୱାସ୍ଥ୍ୟ ସେବା ନଥିବାରୁ ସାମାନ୍ୟ ରୋଗୀମାନେ ଅର୍ଥ ଅଭାବରୁ ବାହରକୁ ଚିକିତ୍ସା ପାଇଁ ନ ଯାଇ ପାରି ମୃତ୍ୟୁ ବରଣ କରୁଛନ୍ତି । ତେଣୁ ରାୟଗଡା ଜିଲ୍ଲାରେ ଏକ ମେଡିକାଲ କଲେଜ ସହ ରାୟଗଡା ରେ ସୁପର ସ୍ପେଶିଆଲିଷ୍ଟ ହସ୍ପିଟାଲ ଆବଶ୍ୟକତା ରହିଛି ବୋଲି ଶ୍ରୀଦାଶ ପ୍ରକାଶ କରିଛନ୍ତି । ଯଦି ଆଗାମୀ ଜାନୁୟାରୀ ୧୧, ୨୦୨୦୧ ସୁଦ୍ଧା ସରକାରଙ୍କ ତରଫରୁ ଉପରୋକ୍ତ ଦାବୀ ଗୁଡିକ ପୂରଣ ନ କରାଯାଏ ତାହା ହେଲେ ଯୁବ ବିକାଶ ପରିଷଦ ତରଫରୁ ୧୨ ତାରିଖରୁ ୭୨ ଘଂଟା ଧରି ଅନାହାର ଧାରଣ ପ୍ରଦର୍ଶନ କରାଯିବ ବୋଲି ମଧ୍ୟ ସୂଚନା ଦେଇଛନ୍ତି ସଭାପତି ଶ୍ରୀଦାସ । ଗଣଧାରଣା ପ୍ରଦର୍ଶନ ସମୟରେ ରାୟଗଡା ସହରବାସୀ ଦାବୀକୁ ଯଥାର୍ଥ ଦେଇ ଗଣଧାରଣାରେ ସାମିଲ ହୋଇଥିଲେ । ଜିଲ୍ଲା ପରିଷଦ ସଭ୍ୟା ବୀଣାପାଣି ସାହୁକାର, ରବିନ୍ଦ୍ର ପାଣିଗ୍ରାହୀ, ଅମରେନ୍ଦ୍ର ନାଥ, ଅମୂଲ୍ୟରତ୍ନ ସାହୁ, ନିରଂଜନ ପାଳ, ରବିନ୍ଦ୍ର ପାଟ୍ଟଖଣ୍ଡାଳ, ଦିଲ୍ଲୀପ କୁମାର ମିଶ୍ର, ଦୟାନନ୍ଦ ଖାଡେଙ୍ଗା, ମନୋଜ ସାହୁ, ବିଶ୍ୱନାଥ ଭୂୟାଁ, ଦିପକ ପୃଷ୍ଟି, ଗୁରୁପ୍ରସାଦ ସାହୁ, ସୁବାଷ ସୂର୍ଯ୍ୟା,ସି.ଏଚ ଗଣେଶ୍ୱର ରାଓ, ଯୁବ ବିକାଶ ପରିଷଦର ସଂପାଦକ କୃଷ୍ଣ ପ୍ରସାଦ ମିଶ୍ର, ପୁତୁଲ ପାଢୀ, ଗୋପିନାଥ ଗୌଡ,ଗଣେଶ ସାହୁ,ନୀଳାଚଳ ଜେନା,ଦିବାକର ଗୌଡ ପ୍ରମୁଖ ଉପସ୍ଥିତ ଥିଲେ ।