ଭୁବନେଶ୍ୱର: ଅଳଙ୍କାର ମ୍ୟୁଜିକର ଚତୁର୍ଥ ନିବେଦନ “ଜାଣିଛି ଜୀବନେ ଆସିବୁନି କେବେ” ସଂଗୀତ ଆଜି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ ଜୟଦେବ ଭବନ ସମ୍ମୁଖରେ ଉଦ୍ଘାଟନ କରିଛନ୍ତି । ଏହି ଗୀତର ଗୀତିକାର ପ୍ରକାଶ ମିଶ୍ର, ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିଶ୍ୱଜିତ୍ ସ୍ୱାଇଁ ଏବଂ କଣ୍ଠଦାନ କରିଛନ୍ତି ସୋମନାଥ ସାହୁ । ଗୀତର ମ୍ୟୁଜିକ ଆରେଞ୍ଜମେଂଟ ରାଜେଶ କୁମାରଙ୍କ ଦ୍ୱାରା ସମ୍ପାଦିତ ହୋଇଥିବା ବେଳେ ଜ୍ୟୋତିରଞ୍ଜନ ସ୍ୱାଇଁ ଏହାକୁ କ୍ୟାମେରାରେ ଉତୋଳନ କରିଛନ୍ତି । ଗୀତ ସଂପର୍କରେ ଶ୍ରୀ ରାଉତରାୟ କହିଛନ୍ତି ଯେ ଏହା ଏକ ପ୍ରେମ ସଂଗୀତ । ବିଫଳ ପ୍ରେମ, ପ୍ରେମରେ ପବିତ୍ରତା ଓ ପ୍ରେମ ପ୍ରତି ଅତିମାତ୍ରାରେ ନିବେଦନ ହେଉଛି ଏହି ଗୀତର ସାରାଂଶ । ଲକ୍ଡାଉନ ସମୟରେ ଘରେ ରହି ନିଜ ମୋବାଲ୍ରେ ଏହି ଗୀତକୁ ଶୁଣିବେ ଏବଂ ଦେଖିପାରିବେ । ଏହି କାର୍ଯ୍ୟକ୍ରମେର ଶ୍ରୀ ଲିଙ୍ଗରାଜ ସାହୁ, ବୁନା ମହାନ୍ତି, ଗୀତିକାର, ନିର୍ଦ୍ଦେଶକ ଏବଂ କଣ୍ଠଦାତା ଉପସ୍ଥିତ ରହିଥିଲେ ।