ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ

ଭୁବନେଶ୍ୱର: କୋଭିଡରେ ସଂକ୍ରମିତ ହେବା ପରେ ମାସେରୁ ଅଧିକ ଦିନ ହେବ ଭୁବନେଶ୍ୱର ସ୍ଥିତ ଏମ୍ସରେ ଚିକିତ୍ସାଧୀନ ରହିଛନ୍ତି ବିଜେପି ନେତା ତଥା ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାୟକ ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତୀ ଆସିଛି । ଯଦି ସ୍ୱାସ୍ଥ୍ୟବସ୍ଥା ଏହିଭଳି ରୁହେ କିମ୍ବା ଅଧିକ ଭଲ ହୁଏ ତାହାଲେ ଚାରି ଦିନ ଭିତରେ ପ୍ରଦୀପ୍ତ ନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଏମ୍ସର ସୁପରିଟେଣ୍ଡେଂଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । ଆଜି ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏବେ ପ୍ରଦୀପ୍ତ ନାୟକଙ୍କ ସ୍ୱାସ୍ଥ୍ୟବସ୍ଥାରେ ଭନ୍ନତୀ ଆସୁଛି । ବିଗତ ୧୫ ଦିନ ହେବ ପ୍ରଦୀପ୍ତଙ୍କ କୋଭିଡ ରିପୋର୍ଟ ନେଗେଟିଭ ରହିଛି । ସେ ଏବେ ଚଲାବୁଲା କରିବା ସହିତ ଫୋନରେ ଘର ଲୋକଙ୍କ ସହ କଥା ମଧ୍ୟ ହେଉଛନ୍ତି । ଏବେ ସେ କୌଣସି ପ୍ରକାର ଲାଇଫ ସପୋର୍ଟ ସିଷ୍ଟମ ସହ ନାହାନ୍ତି । ତେଣୁ ଆଇସିୟୁ ବାହାରେ ରହିଛନ୍ତି । ହସ୍ପିଟାଲରେ ସାଧାରଣ ୱାର୍ଡରେ ବିରୋଧୀ ଦଳର ନେତା ଏବେ ରହିଛନ୍ତି । ତାଙ୍କୁ ତରଳ ଓ ଅର୍ଦ୍ଧ ତରଳ ଖାଦ୍ୟ ଦିଆଯାଉଛି । ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟ ବସ୍ଥାରେ ଉନ୍ନତୀ ଆସୁଥିବାରୁ ତାଙ୍କୁ ଚାରି ଦିନ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହୋଇପାରନ୍ତି ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ ଏପ୍ରଲି ମାସେ ୧୯ ତାରିଖରେ ପ୍ରଦୀପ୍ତ କୋଭିଡରେ ସଂକ୍ରମିତ ହୋଇଥିଳେ । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ଏପ୍ରିଲ ୨୦ରେ ଭୁବନେଶ୍ୱର ଏମ୍ସରେ ତାଙ୍କୁ ଭର୍ତି କରାଯାଇଥିଲା । ଏହାପରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ପ୍ରଦୀପ୍ତଙ୍କୁ ଭେଂଟିଲେଟରରେ ରଖାଯାଇଥିଲା । ଏମିତିକି ଆବଶ୍ୟକ ପଡିଲେ ନୂଆଦିଲ୍ଳୀ ଏମ୍ସକୁ ସ୍ଥାନାନ୍ତର କରିବାକୁ ଯୋଜନା କରାଯାଇଥିଲା । ତେବେ ଏହି ସମୟରେ ଏକ ଚାରି ଜଣିଆ ଟିମ୍ ତିଆରି କରାଯାଇ ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥାର ମନିଟରିଂ କରା ଯାଉଥିଲା ଯେଉଁଥିରୁ ଏମ୍ସ ଭୁବନେଶ୍ୱରର ଦୁଇ ଜଣ ଏବଂ ଏସସିବି ମେଡିକାଲର ଦୁଇ ଡାକ୍ତର ମିଶି ପ୍ରଦୀପ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରୁଥିଲେ । ଏବେ ପ୍ରଦୀପ୍ତ ଆରୋଗ୍ୟ ହେଉଥିବା ଜଣାପଡିଛି ।

Leave A Reply

Your email address will not be published.

5 × 2 =