ଭୁବନେଶ୍ୱର: ବିଶିଷ୍ଟ ସାମ୍ବାଦିକ ଦିଲ୍ଲୀପ ବିଷୋୟୀ ଆଜି ଅପରାହ୍ନରେ ବିଧିବଦ୍ଧ ଭାବେ ରାଜ୍ୟ ସୂଚନା କମିଶନର ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥି ନେଇ ରାଜଭବନରେ ରାଜ୍ୟପାଳ ଗଣେଶୀ ଲାଲ୍ ତାଙ୍କୁ ପଦ ଓ ଗୋପନୀୟତାର ସଫତ ପାଠ କରାଇଛନ୍ତି । ପୂର୍ବରୁ ଶ୍ରୀ ବିଷୋୟୀ ଏହି ପଦ ପାଇଁ ମନୋନୀତ ହୋଇଥିଲେ ।
ଶ୍ରୀ ବିଷୋୟୀ ହେଉଛନ୍ତି ରାଜ୍ୟର ଅନ୍ୟତମ ବିଶିଷ୍ଠ ସାମ୍ବାଦିକ । ସେ ପୂର୍ବରୁ ଏକାଧିକ ପ୍ରିଂଟ ମିଡିଆ ଓ ଇଲେକ୍ଟେ୍ରାନିକ୍ସ ମିଡିଆରେ କାର୍ଯ୍ୟକରିଛନ୍ତି ।