ବ୍ରହ୍ମପୁର: ସେଂଟ ଭିନସେଂଟ କନଭେଂଟ ସ୍କୁଲର ସ୍ଥାପିତ ବେଥାନୀ ସଂସ୍ଥା ଆଜି ୧୦୦ ବର୍ଷରେ ପଦାର୍ପଣ କରିଛି । ଏହି ସ୍କୁଲ ଆରମ୍ଭ ପୂର୍ବରୁ ଫାଦର ରେମଣ୍ଡ ପ୍ରାନ୍ସସି କାମିଳାସ ମାସ୍କରାନେସଙ୍କ ନେତୃତ୍ୱରେ ଚାରିଜଣ ସିଷ୍ଟରଙ୍କୁ ନେଇ ଜୁଲାଇ ମାସ ୧୬ ତାରିଖ ୧୯୨୧ ମସିହାରେ ପ୍ରଥମେ ଲିଟିଲ ଫ୍ଲାୱାର ଅଫ ଚାରିଟି ଗଠିତ ହୋଇଥିଲା । ଏହି ଚାରିଟି ଦ୍ୱାରା କାର୍ଯ୍ୟରତ ବେଥାନୀ ସଂଘର ସିଷ୍ଟରମାନେ ନିଜର ଆଦର୍ଶ ଓ ସେବାଦ୍ୱାରା ପ୍ରଶଂସିତ । ଏହି ସଂସ୍ଥା ଦ୍ୱାରା ଜନ୍ମଲାଭ କରିଛି ବ୍ରହ୍ମପୁର ସହରର ସେଂଟ ଭିନସେଂଟ କନଭେଂଟ ସ୍କୁଲ । ଏହି ବିଦ୍ୟାଳୟ ସିଷ୍ଟରଙ୍କ ପ୍ରେରଣା, ତ୍ୟାଗପୂର୍ଣ୍ଣ କାର୍ଯ୍ୟଦ୍ୱାରା ପରିଚାଳିତ ଅଟେ । ବର୍ତମାନର କରୋନା ମହାମାରୀର ସଂକଟ ଯୋଗୁଁ ବିଦ୍ୟାଳୟ ଛୁଟିଥିବାରୁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀମାନେ ଅନଲାଇନ ମାଧ୍ୟମରେ ଏହି ଦିବସଟିକୁ ପାଳନ କରି ଶୁଭେଛା ପ୍ରଦାନ କରିଥିଲେ । ବିଦ୍ୟାଳୟରେ ରହୁଥିବା ଅଧ୍ୟକ୍ଷା ସିଷ୍ଟର ମନ୍ତ୍ରୀ, ଉପ ଅଧ୍ୟକ୍ଷା ସିଷ୍ଟର ବୀନା କୋଷାଧ୍ୟକ୍ଷ ଭ୍ୟୁଲସିନ, ଓଡିଆ ମାଧ୍ୟମ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସିଷ୍ଟର ସବିତା ଏହି ସଂସ୍ଥାର ୧୦୦ ବର୍ଷ ଆଗମନକୁ ଆନନ୍ଦର ସହିତ ପ୍ରାର୍ଥନା ମାଧ୍ୟମରେ ପାଳନ କରିଥିଲେ ।