ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ବସିବ ବିଧାନସଭାର ମୌସୁମୀ ଅଧିବେଶନ । ତେବେ ଅଧିବେଶନ କେଉଁଠି, କିପରି ଅନୁଷ୍ଠିତ ହେବ, ଏଯାଏ ନିଷ୍ପତି ହୋଇ ନାହିଁ । କୋଭିଡ୍ କଟକଣାରେ ଗୃହ କିଭଳି ପରିଚାଳନା ହେବ ସେ ନେଇ ଲୋକସଭା ବାଚସ୍ପତି, ରାଜସ୍ଥାନ ଓ କର୍ଣ୍ଣାଟକ ବାଚସ୍ପତିଙ୍କ ସହ ଆଲୋଚନା କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।