ସୋନପୁର ସବୁଠୁ ଥଣ୍ଡା

ଭୁବନେଶ୍ୱର: ୧୧ଟି ସ୍ଥାନରେ ତାପମାତ୍ରା ୧୫ ଡିଗ୍ରି ସେଲସିୟସ୍ ତଳକୁ ଖସି ଯାଇଥିବାରୁ ରାଜ୍ୟରେ ଶୀତ ପ୍ରବାହ ଜାରି ରହିଛି । ଗତ ରାତିରେ ସର୍ବନିମ୍ନ ୯ଡିଗ୍ରି ସେଲସିୟସ୍ ତାପମାତ୍ରା ଥାଇ ସୋନପୁର ସବୁଠୁ ଶୀତଳ ଅଞ୍ଚଳ ହୋଇଥିବା ବେଳେ ଦାରିଙ୍ଗବାଡିରେ ୯.୫ ଡିଗ୍ରି ଏବଂ ଅନୁଗୁଳରେ ୧୦.୬ ଡିଗ୍ରି ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଫୁଲବାଣୀରେ ୧୧.୩ ଡିଗ୍ରି. କେନ୍ଦୁଝରରରେ ୧୨ଡିଗ୍ରି, ବାରିପଦାରେ ୧୨.୪ ଡିଗ୍ରି, ଭବାନୀପାଟଣାରେ ୧୨.୮ ଡିଗ୍ରି, କୋରାପୁଟରେ ୧୩ ଡିଗ୍ରି, ଝାରସୁଗୁଡାରେ ୧୩.୨ ଡିଗ୍ରି ଏବଂ ବଲାଙ୍ଗୀରରେ ୧୪ ଡିଗ୍ରି ସେଲିସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି ।ଏହା ବ୍ୟତିରେକେ ଗତ ରାତିରେ କଟକ ସହରରେ ୧୪.୮ ଡିଗ୍ରି ଏବଂ ଭୁବନେଶ୍ୱରରେ ୧୬ ଡିଗ୍ରି ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି । ଗତକାଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର କରିଥିବା ପୂର୍ବାନୁମାନ ଅନୁସାରେ, ଆସନ୍ତା ୪୮ ଘଂଟା ମଧ୍ୟରେ ଅଳ୍ପ କେତେକ ସ୍ଥାନରେ ରାତିର ସର୍ବନିମ୍ନ ତାପମାତ୍ରା ଆହୁରି ଦୁଇ, ତିନି ଡିଗ୍ରି ସେଲସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି । ଏହାପରେ ମଧ୍ୟ ଓଡିଶାର ଜିଲ୍ଲାମାନଙ୍କରେ ତାପମାତ୍ରାରେ କୌଣସି ଉଲ୍ଲେଖନୀୟ ପରିବର୍ତନ ହେବାର ସମ୍ଭାବାନା ନାହିଁ ।

Leave A Reply

Your email address will not be published.

two × two =