ସୋନିଆଙ୍କ ରକ୍ଷା କବଚ କିଏ?

ଭୁବନେଶ୍ୱର : ଧର୍ମକୁ ଆଖି ଠାର ପରି ଚାର୍ଜସିଟରେ ଯଥେଷ୍ଟ ପ୍ରମାଣ ଠକମାନଙ୍କ ବିରୁଦ୍ଧରେ ଥାଇ ସୁଦ୍ଧା ଇଓଡବ୍ଲୁ ସୋନିଆ ଓ ଅନ୍ୟ ଅପରାଧୀମାନଙ୍କୁ ଗିରଫ ନ କରିବା ସାଧାରଣରେ ଇଓଡବ୍ଲୁ ର ବିଶ୍ୱାସନୀୟତା ପ୍ରତି ଗଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଗୁଆ ଜାମିନ ଖାରଜ ଏବଂ ଏନ୍ବିଡବବ୍ଲୁ୍ୟ ଜାରି ସତ୍ୱେ ଇଓଡବ୍ଲୁ କିମ୍ବା କମିଶନରେଟ ପୋଲିସ ଅପରାଧୀ ମାନଙ୍କୁ ୩୦ମାସ ପରେ ମଧ୍ୟ ବାନ୍ଧିବାକୁ ସକ୍ଷମ ନ ହେବାର କାରଣ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଅପରାଧୀମାନେ ସବୁ ସମୟରେ ଫୋନ ବ୍ୟବହାର କରୁଥିବାର ତଥ୍ୟ ସିଡିଆର୍ରେ ଥିଲେ ମଧ୍ୟ ଅପରାଧୀ ମାନଙ୍କୁ ପଳାତକ ବୋଲି ଘୋଷଣା କରି ଏନ୍ଏଚ୍ଆର୍ସିରେ ରିପୋର୍ଟ ଦାଖଲ କରିଛନ୍ତି । କହିରଖିବା ବାହୁଲ୍ୟ ଯେ କମିଶନରେଟ ପୋଲିସ ୧୭ମାସ ମଧ୍ୟରେ ଠକ ରାଜୀବକୁ ବାନ୍ଧିବାକୁ ବିଫଳ ହୋଇଥିବାବେଳେ ଋଙଡ ତାକୁ ସମାନ ଠିକଣାରୁ ଏକ ମାସ ମଧ୍ୟରେ ବାନ୍ଧି କମଶନରେଟ୍ ପୋଲିସର ଦକ୍ଷତା ଉପରେ କାଳ ଛିଟ ପକାଇଥିଲା । ସମୟ ସହ ତାଳ ଦେଇ ସୋନିଆ ଏବଂ ସହ ଅପରାଧୀଙ୍କ ବିରୁଦ୍ଧରେ ବିଭିନ୍ନ ଥାନାରେ ୭ ଟି ମାମଲା ରୁଜୁ ହେଲାଣି । ଅଭିଳାଷ ମଣିଆ ଠକ ମାନଙ୍କ ବିରୁଦ୍ଧରେ ଠକାମୀ ଅପରାଧ ଜନିତ ଏବଂ ଜଣେ ବରିଷ୍ଠ ସମ୍ବାଦ ମାଲିକ ହତ୍ୟା ଧମକ ଲାଗି ନୟାପଲ୍ଲୀ ଥାନାରେ ମାମଲା ରୁଜୁ କରିଥିଲେ ସୁଦ୍ଧା ଅପରାଧୀମାନଙ୍କର ଉମା ଦାସଙ୍କ ସମ୍ପର୍କ ଯୋଗୁଁ ପୋଲିସ ଚୁପ ବସିଥିବାର ଚର୍ଚ୍ଚା ଜୋର୍ ଧରିଛି । ସ୍ୱାମୀ ରଜିବଙ୍କୁ ଜେଲ୍ ରୁ ଅନ୍ତରୀଣ ଜାମିନରେ ଆଣିବାକୁ ଚେଷ୍ଟା କରି ସହ ଅପରାଧୀ ସୋନିଆ ହାଇକୋର୍ଟରେ ବଡ଼ ମେଡିକାଲର ଜାଲ ଦସ୍ତାବିଜ ଦେଇ ଧରାପଡ଼ି ହରଡ଼ଘଣାରେ ପଡିଛନ୍ତି । ବିଧାନ ସଭାରେ ବାରମ୍ବାର ପ୍ରଶ୍ନ ଏବଂ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ସତ୍ୱେ ସୋନିଆ ଏବଂ ଅନ୍ୟ ଅପରାଧୀମାନେ ବନ୍ଧା ନହେବା ଏବଂ ଅପରାଧୀ ମାନଙ୍କର ବ୍ୟାଙ୍କ ଆକାଉଣ୍ଟ ଅଚଳ ନହେବା ମୁଖ୍ୟମନ୍ତ୍ରୀ ଓ ୫-ଟି ଅଧକ୍ଷଙ୍କ ଅପରାଧୀମାନଙ୍କ ବିରୁଦ୍ଧରେ ଥିବା ଶୂନ୍ୟ ସହନଶୀଳତା ନୀତି ଉପରେ ଗଭୀର ପ୍ରଶ୍ନ ସୃଷ୍ଟି କରିଛି । ମୂଖ୍ୟମନ୍ତ୍ରୀ ଏବଂ ୫-ଟି ଅଧକ୍ଷ ମାମଲାରେ ତୁରନ୍ତ ହସ୍ତକ୍ଷେପ ପୂର୍ବକ ଅପରାଧୀମାନଙ୍କୁ ବାନ୍ଧିବା, ଆକାଉଣ୍ଟ ଅଚଳ କରିବା ଏବଂ ସର୍ବୋପରି ଅପରାଧୀମାନଙ୍କୁ ସହଯୋଗ କରି ଆସୁଥିବା ପୋଲିସ ଅଫିସରମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିବାକୁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.

nine + 13 =