ସ୍କୁଟିକୁ ଧକ୍କା ଦେଇ ବାଇକ ଫେରାର୍

ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ଚଷାପଡା- ତଣ୍ଡିକୁଳ ପ୍ରଧାନମନ୍ତ୍ରୀ ରାସ୍ତାର ମୂଲୁଗାଁ ପଂଚାୟତ ସାହାଡା ଛକ ନିକଟରେ ଆଜି ଏକ ବାଇକ ଅନ୍ୟ ଏକ ସ୍କୁଟିକୁ ଧକ୍କା ଦେଇ ଫେରାର ହୋଇ ଯାଇଛିା ଧକ୍କାରେ ସ୍କୁଟିଟି କ୍ଷତିଗ୍ରସ୍ତ ହେବା ସହିତ ସ୍କୁଟି ଚାଳକ ଓ ତାଙ୍କ ପୁଅ ସାମାନ୍ୟ ଆହାତ ହୋଇଛନ୍ତିା ଏ ନେଇ ସ୍କୁଟି ଚାଳକ ମୂଳୁଗାଁ ପଂଚାୟତ ସିଂଗିର ଗାଁର ମହେନ୍ଦ୍ର ରାଉତ ବାଲିକୁଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତେବେ ବାଇକଟି ଫେରାର ହୋଇଯିବା ସମୟରେ ସ୍କୁଟି ପଛରେ ବସିଥିବା ଶ୍ରୀ ରାଉତଙ୍କ ପୁଅ ଆଦି ବିନାୟକ ନିଜ ମୋବାଇଲରେ ଉକ୍ତ ବାାଇକର ପଛ ପଟର ଫଟୋ ଉତୋଳନ କରିଛନ୍ତି । ସେହି ଫଟୋରେ ବାଇକର ନମ୍ବର ରହିଛି । ଏହାକୁ ଭିତିକରି ପୁଲିସ ଉକ୍ତ ବାଇକର ସନ୍ଧାନ କରୁଥିବା ଜାଣିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଆଜି ଦିନ ପ୍ରାୟ ୧୦ ଟା ସମୟରେ ଶ୍ରୀ ରାଉତ ଓ ତାଙ୍କ ପୁଅ ଜଗତସିଂହପୁରକୁ କୌଣସି ଏକ କାମରେ ଯାଇ ଫେରୁଥିବା ସମୟରେ ସମୟରେ ଏଗହି ଦୂର୍ଘଟଣା ଘଟିଥିଲାା ଗାଡିର ନମ୍ବର ଯାଂଚ କରାଯିବାରୁ ତାହା ଭୂବନେଶ୍ୱର ଆରଟିଓର ପଞ୍ଜିକରଣ ଭୁକ୍ତ ଥିବା ବେଳେ ବାଇକଟି ଜ୍ୟୋତିଷ ମଲ୍ଲିକଙ୍କ ନାମରେ ଥିବା କେବଳ ଜଣା ପଡୁଛିା ମାତ୍ର ତାଙ୍କ ଠିକଣା ଜଣା ପଡି ନାହିାଁ ତେବେ ପୁଲିସ ଏହାର ଯାଂଚ ପ୍ରକ୍ରୀୟା ଆରମ୍ଭ କରିଛି ।

Leave A Reply

Your email address will not be published.

two × four =