ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ସରକାରୀ ସ୍କୁଲ୍ରେ ପଢ଼ୁଥିବା ପିଲାମାନଙ୍କ ପାଇଁ ଓଡ଼ିଶାର ମେଡିକାଲ୍ ଓ ଇଂଜିନିୟରିଂ କଲେଜ ମାନଙ୍କରେ ସ୍ଥାନ ସଂରକ୍ଷଣ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । କ୍ୟାବିନେଟ୍ର ଏହି ଏ୍ୟ÷ତିହାସିକ ନିଷ୍ପତ୍ତିକୁ ସମାଜବାଦୀ ପାର୍ଟି ପକ୍ଷରୁ ସ୍ୱାଗତ କରାଯିବା ସଙ୍ଗେସଙ୍ଗେ ଆଜି ଏହାର ସଭାପତି ରବି ବେହେରାଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ଦଳ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକୁ ଆଜି ସନ୍ଧ୍ୟା ୬ ଘଟିକା ସମୟରେ ନବୀନ ନିବାସଠାରେ ଭେଟି କୃତଜ୍ଞତା ଜ୍ଞାପନ କରିବା ସହିତ ପୁଷ୍ପଗୁଚ୍ଛ ଓ ସାଲ୍ ପ୍ରଦାନ କରି ସମ୍ବର୍ଦ୍ଧିତ କରିଛନ୍ତି । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ବହୁ ଗରିବ, ମେଧାବୀ ଛାତ୍ରଛାତ୍ରୀ ଯେଉଁମାନେ ଗାଁ ଗହଳିରେ ସରକାରୀ ସ୍କୁଲ୍ରେ ପାଠ ପଢୁଥିଲେ, ସେମାନେ ଡାକ୍ତର ଏବଂ ଇଂଜିନିୟର ହେବାର ସ୍ୱପ୍ନକୁ ସାକାର କରିପାରିବେ ବୋଲି ପାର୍ଟି ପକ୍ଷରୁ ପ୍ରଦତ୍ତ ଏକ ସ୍ମାରକପତ୍ରରେ କୁହାଯାଇଛି । ଏହି ଅବସରରେ ଦଳ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ଚାରିଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ରରେ (୧) ରାଜ୍ୟରେ ଛତୁ ଫୁଟିଲା ଭଳି ଗଢ଼ିଉଠୁଥିବା କୋଚିଙ୍ଗ୍ କେନ୍ଦ୍ର ଗୁଡ଼ିକୁ ନିୟନ୍ତ୍ରିତ କରିବା ପାଇଁ ଏକ ଆଇନ୍ ଆଣିବା (୨) ସରକାରୀ ସ୍କୁଲ୍ରେ ପାଠ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ଫିଟ୍ଜୀ, ଆକାଶ, ଆଲେନ୍, ବିଦ୍ୱାନ ଭଳି କୋଚିଙ୍ଗ୍ କେନ୍ଦ୍ରଗୁଡ଼ିକରେ ମେଡିକାଲ୍ ଓ ଇଂଜିନିୟରିଂ ପାଇଁ ପ୍ରଶିକ୍ଷଣ ଦେବାକୁ ଅନ୍ତତଃପକ୍ଷେ ସେମାନଙ୍କ ସିଟ୍ ସଂଖ୍ୟାର ୨୫ଭାଗ ଏହି ପିଲାଙ୍କ ପାଇଁ ସଂରକ୍ଷିତ ରଖିବାକୁ ପାର୍ଟି ପକ୍ଷରୁ ଏହି ସ୍ମାରକପତ୍ରରେ କୁହାଯାଇଛି । (୩) ରାଜ୍ୟ ସରକାର ଏହି କୋଚିଙ୍ଗ୍ ସେଣ୍ଟରେ କୋଚିଙ୍ଗ୍ ନେବାକୁ ଯାଉଥିବା ପିଲାମାନଙ୍କ ପାଇଁ ରହିବାର ବ୍ୟବସ୍ଥା କରିବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି । (୪) ସରକାରୀ ସ୍କୁଲ୍ରେ ଖାଲି