ସ୍ୱଂୟ ସହାୟକ ଗୋଷ୍ଠୀକୁ ଋଣ ଦେବାରେ ଠକେଇ :୨ ଗିରଫ

ରାୟଗଡା : ସ୍ୱଂୟ ସହାୟକ ଗ୍ରୁପକୁ ଋଣ ପ୍ରଦାନ ନାମରେ ଠକେଇ କରିଥିବା ଅଭିଯୋଗେରେ ଚାନ୍ଦିଲି ପୋଲିସ ୨ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ କେନ୍ଦ୍ରପଡାରୁ ୨ ଜଣ ବ୍ୟକ୍ତି ଆସି କେଉଁଝରି ଗାଁର ମା ମଙ୍ଗଳା ଓ ମା କନକ ଦୁର୍ଗା ସ୍ୱଂୟ ସହାୟକ ଗ୍ରୁଫକୁ ୧ ଲକ୍ଷ ୨୦ ହଜାର ଟଙ୍କାର ଋଣ ପ୍ରଦାନ କରାଯିବାର ପ୍ରୋଲଭନ ଦେଖାଇ ସେମାନଙ୍କ ଠାରୁ ୨୪ ହଜାର ୫୦୦ ଟଙ୍କା ଠକି ନେଇଥିଲୋ ତେବେ ସମୟ ବିତିଯାଇଥିଲେ ମଧ୍ୟ ସ୍ୱଂୟ ସହାୟକ ଗ୍ରୁଫକୁ କୌଣସି ପ୍ରକାର ଋଣ ମିଳିନଥିଲା । ଏ ନେଇ ମହିଳା ମାନେ ଚାନ୍ଦିଲି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଚାନ୍ଦିଲି ଥାନାରେ ୧୪୨ ୟ ୨୦ ପ୍ରକାରେ ଏକ ମାମଲା ରୁଜୁ ହୋଇଥିଲାା ଘଟଣା ସଂପର୍କରେ ଚାନ୍ଦିଲି ଥାନା ଡିଏସପି ରାୟଗଡା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଘଟଣା ସଂପର୍କରେ ଅବଗତ କରାଇବା ପରେ ଏସ.ପିଙ୍କ ନିର୍ଦେଶ କ୍ରମେ ଥାନା ଏସ.ଆଇ ଭାସ୍କର ମିଣିଆକା ଏବଂ ଫାଣ୍ଡି ଅଧିକାରୀ ହର୍ଷଚନ୍ଦ୍ର ପାଣି କେନ୍ଦ୍ରପଡା ଅଭିମୁଖା ବାହାରି ରାଜ କନିକା ଥାନା ଅଧିକାରୀଙ୍କୁ ମିଶି ଘଟଣା ସଂପର୍କରେ ଅବଗତ କରାଇଥିଲେ । ପୋଲିସ ଟିମ ସିଓପଡା ଗ୍ରାମରୁ ଅଭିଯୁକ୍ତ ବିଜୟ ବିଶ୍ୱାଳ (୪୫) ଓ ଝାଡମାଳ ଗ୍ରାମରୁ ଶଶିକାନ୍ତ ନାୟକ (୨୫) ଙ୍କୁ ଗିରଫ କରିଥିଲେ । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।

Leave A Reply

Your email address will not be published.

two × 2 =