ସ୍ୱପ୍ନା ଟିଭିର ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଖୋଲା ଆଖିରେ ସ୍ୱପ୍ନ ଦେଖ । ଏଥିସହ ସ୍ୱପ୍ନ ସାକାର କରିବା ପାଇଁ ନିରନ୍ତର ଉଦ୍ୟମ କର । ସାଧନା ଓ ସଂକଳ୍ପ ଫଳରେ ସ୍ୱପ୍ନ ନିଶ୍ଚିତ ସାକାର ହେବ । ଧୀରପାଣି ପଥର କାଟିବା ଭଳି ନିରବଚ୍ଛିନ୍ନ ଚେଷ୍ଟା କେବେ ବ୍ୟର୍ଥ ଯିବନି । ଗଣମାଧ୍ୟମ ଜଗତରେ ନିଜର ସ୍ୱତନ୍ତ୍ର ସ୍ଥାନ ରଖିବାକୁ ଯାଉଥିବା ସ୍ୱପ୍ନା ଟିଭିର ଆଜି ଲୋଗୋ ଉନ୍ମୋଚନ ସମାରୋହରେ ଅତିଥିମାନେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା ସାହିତି୍ୟକ ସାତକଡ଼ି ହୋତା ଏକ ଭିଡିଓ ବାର୍ତା ମାଧ୍ୟମରେ ସ୍ୱପ୍ନା ଟିଭି ପାଇଁ ଶୁଭେଚ୍ଛା ଜଣାଇବା ସହ ଏହା ଲୋକଙ୍କ ସେବାରେ ବ୍ରତୀ ହେଉ ବୋଲି ମତ ଦେଇଥିଲେ । ଅରୋଶ୍ରୀ ଗ୍ରୁପ୍ ଦ୍ୱାରା ପରିଚାଳିତ ସ୍ୱପ୍ନା ଟିଭିର ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ଅବସରପ୍ରାପ୍ତ ସୂଚନା ସେବା ଅଧିକାରୀ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ଯୁଗ୍ମ ନିଦେ୍ର୍ଧଶକ ବିବେକାନନ୍ଦ ବିଶ୍ୱାଳ କହିଥିଲେ ଯେ ଗଣମାଧ୍ୟମ ଏକ ଦୃଢ଼ ଶକ୍ତି ପ୍ରଦାନ କରିଥାଏ ଏବଂ ଏଥିପାଇଁ ଏଥିପ୍ରତି ସାଧାରଣତଃ ଅନେକଙ୍କ ଅହେତୁକ ଆକର୍ଷଣ ରହିଆସିଛି । ତେବେ ବୈଦୁ୍ୟତିକ ଗଣାମଧ୍ୟମ ତ୍ୱରିତ ବେଗରେ ଲୋକଙ୍କ ପାଖରେ ପହଂଚି ଥାଏ, ତେଣୁ ତା’ର ଗୁରୁ ଦାୟିତ୍ୱ ମଧ୍ୟ ରହିଥାଏ । ଅନ୍ୟପକ୍ଷରେ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରୁ ଆସି ଗଣମାଧ୍ୟମ କ୍ଷେତ୍ରରେ ଆଗ୍ରହ ପ୍ରକାଶ କରିଥିବା ସ୍ୱପ୍ନା ଟିଭିର ସଂସ୍ଥାପକ ତଥା ଅରୋଫିନ୍ କର୍ପୋରେସନ୍ର ସିଇଓ ମଧୁସୂଦନ ନାୟକଙ୍କୁ ଶ୍ରୀ ବିଶ୍ୱାଳ ଖୁବ୍ ପ୍ରଶଂସା କରିଥିଲେ । ସ୍ୱପ୍ନା ଟିଭିର ମୁଖ୍ୟ ସମ୍ପାଦିକା ସ୍ୱପ୍ନା ନାୟକ ବାସ୍ତବତା ଦିଗରେ ଅଗ୍ରସର ହେଲେ କୌଣସି ସ୍ୱପ୍ନ ସାକାର ହେବା ସହଜ ହୋଇଥାଏ ବୋଲି ମତ ଦେଇଥିଲେ । ଗଣମାଧ୍ୟମ ମଧ୍ୟରେ ନିଷ୍ଠାପର ଭାବ ନିରନ୍ତର ରହିଲେ ତାହା ସମାଜର ମଙ୍ଗଳ କରିଥାଏ ଏବଂ ନିରପେକ୍ଷତା ଗଣମାଧ୍ୟମର ପ୍ରମୁଖ ଅସ୍ତ୍ର ହେବା ଉଚିତ୍ ବୋଲି ମଧ୍ୟ ସେ କହିଥିଲେ । ସେହିପରି ଅନ୍ୟତମ ସମ୍ମାନିତ ଅତିଥି ତଥା ଅରୋଫିନ୍ କର୍ପୋରେସନ୍ର ସିଇଓ ଶ୍ରୀ ନାୟକ ସ୍ୱପ୍ନା ଟିଭିର ଉନ୍ନତି କାମନା କରିବା ସହ ଜନସେବାରେ ଉତ୍ସର୍ଗ ହେଉ ବୋଲି ପରାମର୍ଶ ଦେଇଥିଲେ । ଅରୋଶ୍ରୀ ଗ୍ରୁପ୍ର ପରିଚାଳନା ନିଦେ୍ର୍ଧଶକ ସନ୍ତୋଷ କୁମାର ସ୍ୱାଗତୋକ୍ତି ସହ ଅତିଥି ପରିଚୟ ଦେବା ଅବସରରେ କହିଲେ ଯେ ସାମ୍ପ୍ରତିକ ଗଣମାଧ୍ୟମ ଜଗତରେ ଏକ ବୈପ୍ଳବିକ ଜନଜାଗରଣ ସୃଷ୍ଟି କରିବା ଆମର ମୂଳ ଲକ୍ଷ୍ୟ । ଦୀର୍ଘଦିନର ସ୍ୱପ୍ନ ବାସ୍ତବ ରୂପ ନେବାକୁ ଯାଉଥିବାବେଳେ ସାଧାରଣ ଜନତାଙ୍କ ସ୍ୱର ହେବା ପାଇଁ ସ୍ୱପ୍ନା ଟିଭି ସଂକଳ୍ପବଦ୍ଧ ବୋଲି ସେ ଦୃଢ଼ତା ପ୍ରକାଶ କରିଥିଲେ । ସୁଲଗ୍ନା ରାଉତରାୟଙ୍କ ସଂଯୋଜନାରେ ଅନୁÂିତ ସମାରୋହରେ ସ୍ୱପ୍ନା ଟିଭି ଏବଂ ଅରୋଶ୍ରୀ ଗ୍ରୁପ୍ର ସଦସ୍ୟଙ୍କ ସମେତ ବହୁ ସାମ୍ବାଦିକ ଓ ଶିକ୍ଷାବିତ୍ ସେମାନଙ୍କ ବହୁମୂଲ୍ୟ ମତ ପ୍ରଦାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ତାରିଖରେ ସ୍ୱପ୍ନା ଟିଭିର ଗୃହପ୍ରବେଶ ପୂଜା କାର୍ଯ୍ୟକ୍ରମ ଅନୁÂିତ ହୋଇଥିଲେ ।

Leave A Reply

Your email address will not be published.

four × 4 =