‘ସ୍ୱର୍ଗତ ବିଷ୍ଣୁ ଦାସ ଥିଲେ ଜଗତସିଂହପୁରର ଗୋପବନ୍ଧୁ’

ପାରାଦୀପ: ଓଡିଶାର ଲୋକପ୍ରିୟ ରାଜନେତା ତଥା ଜଗତସିଂହପୁର ଜିଲ୍ଲାର ପ୍ରତି୍େଠାତା ସ୍ୱର୍ଗତ ବିଷ୍ଣୁ ଚରଣ ଦାସ କେବଳ ଜଣେ ରାଜନେତା ନଥିଲେ ସେଥିଲେ ଜଗତସିଂହପୁରୀ ଜିଳ୍ଲାର ଗୋପବନ୍ଧୁ । ଝଡି, ବଢି, ମରୁଡି ଓ ବିପଦ ଆପଦର ଦରଦୀ ବନ୍ଧୁ । ତାଙ୍କର ଏକାଦଶାହ ଉପଲକ୍ଷେ ପୂର୍ବ ଭାରତ ତୈଳ ବିଶୋଧନଗାରା ଶ୍ରମିକ ସଂଘ ପକ୍ଷରୁ ଏକ ସ୍ମୃତି ସଭା ତା ୧୬.୦୭.୨୦ରିଖ ଗୁରୁବାର ଦିନ ଅପରାହ୍ନରେ ଜିରୋ ପଂଏଟ ସ୍ଥିତ ସଂଘ କାର୍ଯ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି ସଭାରେ ସଂଘର ସଭାପତି ଶ୍ରୀ ସନ୍ତୋଷ କୁମାର ପଟ୍ଟନାୟକଙ୍କର ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ସଂଘର ସାଧାରଣ ସଂପାଦକ ଶ୍ରୀ ରଞ୍ଜନ କୁମାର ପଲାଇ କାର୍ଯ୍ୟକାରୀ ସଭାପତି ଆଡଭୋକେଟ ଶ୍ରୀ ପଦ୍ମଲୋଜନ, ଉପ ସଭାପତି ଶ୍ରୀ ଦିଲ୍ଲିପ କୁମାର ବେହେରା, ସହ ସଂପାଦକ ଶ୍ରୀ ନିରଞ୍ଜନ ନାୟକ ଓ ବିଭିନ୍ନ ଗଣ ଅନୁଷ୍ଠାନର ସମସ୍ତ କାର୍ଯ୍ୟକର୍ତା ଯୋଗ ଦେଇ ସ୍ୱର୍ଗତ ବିଷ୍ଣୁ ଦାସଙ୍କର ସ୍ମୃତି ଚାରଣ କରିଥିଲେ । ସଭା ଆରମ୍ଭରେ ତାଙ୍କ ଫଟୋରେ ଧୂପ ଦୀପ ଓ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ଓ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା ।ଏହି ସଭାରେ ମୂଖ୍ୟ ଅତିଥି ଭାବେ ପାରାଦୀପ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ତଥା କଳିଙ୍ଗ କଣ୍ଣଧାର କୈବର୍ତ ସଂଘର ସଭାପତ ଶ୍ରୀ ଗୋବିନ୍ଦ ଚନ୍ଦ୍ର ତରାଇ ସମ୍ମାନିତ ଅତିଥି ଭାବେ ଶିକ୍ଷକ ନେତା ତଥା ବିଶିଷ୍ଟ ଶିକ୍ଷାବିତ ଶ୍ରୀପ୍ରଭାକର ଭଟ୍ଟ ଯୋଗଦେଇ ସ୍ୱର୍ଗତ ଦାସଙ୍କର ସରଳ ଆମୟୀକ ବ୍ୟବହାର ଓ ସୁଗୁଣାବଳୀର ସ୍ମୃତି ଚାରଣ କରିଥିଲେ । ଶ୍ରୀ ଅଭିରାମ ସାମଲ, ଶ୍ରୀ ଚିନ୍ମୟ ଦାସ, ମିହିର କାନ୍ତ ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ଦାସଙ୍କର ଏକାଦଶାହ ଦିବସ ଉପଳକ୍ଷେ ପ୍ରାତଃ ମୂହୁର୍ତରେ ମହୋଦଧିରେ ତିଳ ତର୍ପଣ କରାଯାଇଥିଲା ଏବଂ ବିଭିନ୍ନ ଦେବା ଦେବୀଙ୍କ ନିକଟରେ ପୂଜାର୍ଚନା ସ ଦୀପଦାନ କରାଯାଇଥିଲା । ଏବଂ କୁଜଙ୍ଗ ଓ ପାରାଦୀପ ସରକାରୀ ଡାକ୍ତରଖାନାରେ ଚିକିତ୍ସାଧିନ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ସେହିପରି ଜରା ନିବାସର ଅନ୍ତେବାସୀମାନଙ୍କୁ ଫଳ ଓ ମିଠା ବଂଟନ କରାଯାଇଥିଲା । ଏବଂ ଦରିଦ୍ର ନାରାୟଣ ସେବା ଯୋଗାଇଦିଆଯାଇଥିଲା ।

Leave A Reply

Your email address will not be published.

seven + ten =