ଭୁବନେଶ୍ୱର,୧୪ ।୦୬(ନି.ପ୍ର.): ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ କୋଭିଡ-୧୯ ପାଇଁ କ୍ଲିନିକାଲ୍ ମ୍ୟାନେଜମେଂଟ ନିୟମାବଳୀ ଜାରି କରିଛି । କୋଭିଡ-୧୯ ସଂକ୍ରମିତ ମାନଙ୍କ ଲକ୍ଷଣ ମଧ୍ୟରେ ସ୍ୱାଦଶକ୍ତି ଓ ଘ୍ରାଣ ଶକ୍ତି ଲୋପ ପାଇଯିବାକୁ ଅନ୍ତର୍ଭୁକ୍ତ କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, କୋଭିଡ-୧୯ ଇନ୍ଭେଷ୍ଟି-ଗେସନାଲ୍ ଥେରାପି ଓ ରେମ୍ଡେସ୍ବୀର ଔଷଧ, କନ୍ଭାଲସେଂଟ ପ୍ଲାଜମା ଥେରାପି, ତସିଲୁଜିମାବ୍ ଓ ହାଇଡ୍ରୋକ୍ସି କ୍ଲୋରୋକୁଇନ୍ କେବଳ ସ୍ୱତନ୍ତ୍ର କୋଭିଡ ସଂକ୍ରମିତମାନଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ । ଏବେ କରୋନାକୁ ନେଇ ନାନା ମତ ପ୍ରକାଶ ପାଉଛି । ଡାକ୍ତର ଓ ବିଶେଷଜ୍ଞମାନେ ଏହି ଭୂତାଣୁ କିପରି ସଂକ୍ରମିତ ହେଲା ବେଳେ ଦେଶ ପରିବର୍ତନ ସହ ଏମାନଙ୍କର ଶକ୍ତି ବଦଳୁଛି, ସେ ସମ୍ପର୍କରେ ମଧ୍ୟ ବାଖ୍ୟା କରିଛନ୍ତି ।