ଅନୁଗୋଳ: ମହାମାରୀ କରୋନାର ପ୍ରାଦୁର୍ଭାବ ବେଳେ ଚାରିଆଡେ ରକ୍ତ ସଂକଟ ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ସ୍ୱେଛାସେବୀ ଅନୁଷ୍ଠାନ ଜୀବନ ସାଥୀ ଫାଉଣ୍ଡେସନ ପକ୍ଷରୁ ୭୪ତମ ସ୍ୱାଧିନତା ଦିବସ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଦଣ୍ଡସିଂହା ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୀବନ ସାଥୀ ଫାଉଣ୍ଡେସନର ସଭାପତି ଯୋଗେନ୍ଦ୍ର ବେହେରାଙ୍କ ଉପସ୍ଥିତିରେ କଣିହାଁ ତହସିଲଦାର ପତିତପାବନ ଦେବତା ଏହାକୁ ଉଦଘାଟନ କରିଥିଲେ । ଏଥିରେ କଣିହାଁ ବ୍ଲକ ଅଧ୍ୟକ୍ଷା ଶ୍ରମତୀ ନମିତା ସାହୁ, କମରେଇ ଗ୍ରାମ ପଂଚାୟତ ସରପଂଚ ଦୁଃଖବନ୍ଧୁ ଭୁତିଆ, ସମାଜ ସେବୀ ସତ୍ୟବ୍ରତ ମହାନ୍ତି, ବିଜୟ କୁମାର ବେହେରା ପ୍ରମୂଖ ଅତିଥି ଭାବେ ଯୋଗଦେଇଥିଲେ । କୋଭିଡ-୧୯ ନିୟମାବଳୀକୁ ପାଳନ କରାଯାଇ ଆଗ୍ରହୀ ବ୍ୟକ୍ତିମାନଙ୍କଠାରୁ ରକ୍ତ ସଂଗୃହିତ ହୋଇଥିଲା ।