ସ୍ୱାଧୀନତା ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଲିକୁଦା:୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମ୍ବଶାଳ ପଞ୍ଚାୟତ ଓଥରପା ସ୍ଥିତ ମା ମଙ୍ଗଳା ଯୁବ ପରିଷଦ ପକ୍ଷରୁ କରୋନା ସମୟରେ ଲୋକ ମାନଙ୍କୁ ସଚେତନ କରାଇ ମହାମାରୀ କରୋନା ମୁକାବିଲାରେ ନିଜକୁ ସାମିଲ କରିଥିବା ୪ ଜଣ ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ଗାଁର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳାଙ୍କ ମନ୍ଦିର ପରିସରରେ ସାମାଜିକ ଦୂରତା ରକ୍ଷା କରାଯାଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ସାମାଜିକ ଦୂରତା ରକ୍ଷା ନିମନ୍ତେ ପରିଷଦ ପକ୍ଷରୁ ପ୍ରତ୍ୟେକ ଦୁଇ ମିଟର ଦୂରତାରେ ବୃତ ଅଙ୍କନ କରାଯାଇଥିଲା । ଏହି ଅବସରରେ ଅଂଚଳର ଶେଷ୍ଠ କୃଷକ ଉମେଶ ମହାନ୍ତିଙ୍କ ପ୍ରତ୍ୟେକ୍ଷ ତତ୍ୱାଧନାରେ ପରିଷଦର ସଭାପତି ବିଶ୍ୱଜିତ ପଟ୍ଟନାୟକଙ୍କ ସଭାପତିରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ପୂଜ୍ୟପୂଜା ସଂସଦ ସଭାପତି କୈଳାସ ବିଶ୍ୱାଳ, ମୁଖ୍ୟବକ୍ତା ଭାବେ ସମ୍ପାଦକ ଅରୁଣ କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ନେତା ସ୍ୱେତକୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଏହି ଜାତୀୟ ଦିବସର ତାତ୍ପର୍ଯ୍ୟତା ସମ୍ପର୍କରେ ଆଲୋକପାତ କରିବା ସହିତ କରୋନା ସମୟରେ ଏହି ସେବାରେ ନିଜକୁ ସାମିଲ କରି ସେବା ଆସୁଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ । ପ୍ରଥମେ ଜାତୀର ପିତା ମହାତ୍ମାଗାନ୍ଧୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା । ପରିଷଦର ସମ୍ପାଦକ ଦିଲ୍ଲୀପ ସ୍ୱାଇଁ ସମ୍ବର୍ଦ୍ଧନା ଉତ୍ସବକୁ ପରିଚାଳନା କରିଥିବା ବେଳେ ଆମ୍ବଶାଳ ନାୟବ ସରପଞ୍ଚ ବାବାଜି ଚରଣ ମହାନ୍ତି ଧନ୍ୟବାଦ ଦେଇଥିଲେ । ପରିଷଦର ସମସ୍ତ ସଦସ୍ୟ ଓ ଗାଁର ବରିଷ୍ଠ ବ୍ୟକ୍ତି ଗଣ ଉପସ୍ଥିତ ରହି ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।

Leave A Reply

Your email address will not be published.

eleven − 10 =