ସ୍ୱାସ୍ଥ୍ୟ କେନ୍ଦ୍ର ଭିତରେ ଧସେଇ ପଶିଲା ବର୍ଷାପାଣି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି। ଲଗାଣ ବର୍ଷା ରେ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ପାଣିରେ ଲୋକେ ନାହିଁ ନଥିବା ସମସ୍ୟାରେ ସମ୍ମୁଖିନ ହେଉଛନ୍ତି। ଏହାରି ଭିତରେ ଜିଲ୍ଲାର ଚିତ୍ରକୋଣ୍ଡା ଯୋଡ଼ାମ୍ବ  ସ୍ୱାସ୍ଥ୍ୟ କେନ୍ଦ୍ରରୁ ଆସିଛି ଏକ ଅଭାବନୀୟ ଚିତ୍ର । ହସ୍ପିଟାଲ ଭିତରକୁ ହଠାତ୍ ଧସେଇ ପଶିଲା ବର୍ଷା ଜଳ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଦଶ ରୁ ଉର୍ଦ୍ଧ ରୋଗୀ ଥିବା ବେଳେ ହଠାତ ବର୍ଷା ଜଳ ମେଡିକାଲ ଭିତରେ ପଶିଗଲା । ଯେଉଁଥିପାଇଁ ରୋଗୀ ଓ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ତେବେ ସ୍ୱାସ୍ଥ୍ୟ କେନ୍ଦ୍ରରେ ହଠାତ୍ ଚାରି ଫୁଟ ପାଣି ଯୋଗୁଁ ରୋଗୀ ଙ୍କୁ ସ୍ଥାନାନ୍ତର କରିବା ପାଇଁ ସହଯୋଗର ହାତ ବଢାଇଥିଲେ ଜୋଡାମ୍ବ ଗ୍ରାମବାସୀ । ବର୍ତ୍ତମାନ ସମସ୍ତ ରୋଗୀ ମାନଙ୍କୁ ଚିତ୍ରକୋଣ୍ଡା ହସ୍ପିଟାଲ କୁ ସ୍ଥାନାନ୍ତରିତ କରାଯାଇଛି । ଏହା ସହିତ ସ୍ୱାଭିମାନ ଅଂଚଳର ତିନି ଗୋଟି ପଂଚାୟତର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ବର୍ତ୍ତମାନ ମଧ୍ୟ ବର୍ଷା ଜାରି ରହିଛି। ତେବେ ଜିଲ୍ଲା ପ୍ରଶାସନ ଏହାକୁ ନେଇ ସଜାଗ ରହିଛି।

Leave A Reply

Your email address will not be published.

13 + one =