ହଂସୂଆ ନଦୀ ଅବବାହିକାର ୨୦ଟି ପଂଚାୟତର ବିଲ ବର୍ଷା ଜଳରେ ବେହାଲ

ଜଗତସିଂହପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱାରା ଉପକୂଳ ଓଡ଼ିଶା ସମେତ ଜଗତସିଂହପୁର ଅବସ୍ଥା ବେହାଲ ହୋଇଛି । ଜିଲ୍ଲାର ୮ ଗୋଟି ବ୍ଲକ ଅଂଚଳରେ ବର୍ଷା ଜନିତ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ମୁଖ୍ୟତଃ ହଂସୁଆ ସଫେଇ ଅବବାହିକାରେ ଉଦ୍ବୃତ ବର୍ଷାଜଳ ବୁଡିଯାଇଛି । ମୁଖ୍ୟତଃ ହଂସୁଆ ସଫେଇ ଅବବାହିକରେ ଉଦ୍ବୃତ ବର୍ଷାଜଳ ଡୁବିଯାଛି ୫ ଗୋଟି ବ୍ଲକର ପ୍ରାୟ ୧୦୦୦ ହଜାର ହେକ୍ଟର ଠାରୁ ଅଧିକ ଧାନଜମି । ଜଳବିମ୍ବୁ ହୋଇଛି ଅଳକା, ଗୋବରି, ବାଉଁଶଜୋରି, ଜିରା, ନାଗପୁର ସଫେଇ ପମୁଖ ନାଳକୂଳିଆ ଗଷଜିମି ଗୁଡ଼ିକରେ ଉଦ୍ବୃତ ଜଳ ଠିଆ ହୋଇଛି ୪ ଫୁଟ ଉପରେ ପ୍ରଭାହିତ ହୋଇଛି । ଏକ ପ୍ରକାର କୃତ୍ରିମ ବନ୍ୟା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଜିଲ୍ଳାର ଅଗ୍ରଭାଗ କଇଜଙ୍ଗ । ଭତର ଶାସନ କନ୍ଦର ପୁର ନିକଟରୁ ବାହାରିଥିବା ହଂସୁଆ ନାଳ ଦେଇ କଟକ ଚାଉଳିଆଗଞ୍ଜ, ଗତିରାଉତପାଟଣା ଠାରୁ ନୂଆପଡ଼ା ଦେଇ ଉଦ୍ବୃତ ବର୍ଷା ଜଳ ହଂସୁଆ ନଦୀକୁ ପ୍ରବାହିତ ହୋଇଥାଏ । ଏହା ଦ୍ୱାରା ହଂସୁଆ ଅବବାହିକାର ବିରିଡ଼, ରଘୁନାଥ ପୁର, ତିର୍ତୋଲ, ବାଲିକୁଦା ଓ ଏରସମା ଅଂଚଳରେ ଅନ୍ୱିନ୍ ୨୦ ଗୋଟି ଗ୍ରାମ ପଂଚାୟତର ୪୦ ଗୋଟି ଗ୍ରାମ ଗୁଡିକର ଚାଷଜମିରେ ଉଦ୍ବୃତ ବର୍ଷାଜଳ ଧାନକ୍ଷେତ ଗୁଡ଼ିକରେ ନାହିଁ ନଥିବା କ୍ଷତି ପହଂଚାଇଛି ବୋଲି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ ବିବୃତିରେ ଏହି ଅଭିଯୋଗ କରିଛନ୍ତି । ଏରସମା ବ୍ଲକରେ, ପଏଦା, ପୋଖରିଆପଡ଼ା, ସୋମପୁର, ଗୋଡା, ରଘୁନାଥପୁର ବ୍ଲକର କଂଟାପଡ଼ା, ବିରାଟକଟକ, ବସନ୍ତା, କୋଟକଣା ବଡ଼ କୋରକର, ସାନକୋରକର, ନୂଆପଲେଇ, ଧରାଧରପୁର ବିରିଡ଼ି ବ୍ଳକ ଅରଣା, ଉତର ଶାସନ, ବାଲିଆ, ଅଣଖିଆ ପ୍ରମୁଖ ଗ୍ରାମ ନିକଟବର୍ତୀ ଅଂଚଳରେ ଧାନ ଜମି ଗୁଡ଼ିକ ବୁଡ଼ି ରହିଥିବାର ଦେଖିବାକୁ ମିଳିଛି । ସେହିପରି ତିର୍ତୋଲର ସଅଁରା, ମୂଳିସିଂ, ଜଡ଼ତିରା, କଟରା, ତୁଳଙ୍ଗ, କନକପୁର ପ୍ରମୁଖ ବହୁ ଗ୍ରାମ ପଂଚାୟତର ପ୍ରାୟ ୧୦ ଗୋଟି ଗ୍ରାମର ୩୦୦ ହେକ୍ଟର ଧାନ ଜମିରେ ଉଦବୃତ ସଂସୁଆ ନଦୀର ଜଳ ୫ଫୁଟରୁ ଅଧିକ ଉଚ୍ଚରେ ଛିଡ଼ା ହୋଇରହିଛି । ଯାହା ଫଳରେ ସଦ୍ୟ ରୂଆଁ ଯାଇଥିବା ଧାନ କ୍ଷେତଗୁଡ଼ିକ ସଂପୂର୍ଣ୍ଣ ରୂପେ ପଚିସିଢ଼ି ଯାଇଛି । ସେହିଭଳି ବାଲିକୁଦା ବ୍ଲକର ତଣ୍ଡିକୂଳ, ବାହାରଣା, ମୂଳୁଗାଁ, ଅଳାଭର ଥାଇଳୋ ପ୍ରମୁଖ ଗ୍ରାମ ପଂଚାୟତର ଅନେକ ଗ୍ରାମ ଜଳମଗ୍ନ ହୋଇଯାଇଛି । ଇଚ୍ଛାପୁର, ଅଳାବୋଳ, ନାଗପୁର ଗ୍ରାମ ପଂଚାୟତର ପ୍ରାୟ ୭ ଗୋଟି ଗ୍ରାମର ୧୦୦ ହେକ୍ଟର ଧାନଜମିରେ ଉଦ୍ବୃତ ବର୍ଷାଜଳ ବହୁ ପରିମାଣରେ ଚାଷୀଙ୍କ ଧାନ କ୍ଷେତରେ କ୍ଷତି ପହଂଚାଇବାର ସମ୍ଭାବନା ଦେଖା ଦେଇଛି । ତେବେ ଚାଷୀଙ୍କ ଉପରେ ବାରମ୍ବାର କ୍ଷତିର ଚଡ଼କ ପଡ଼ିଚାଲିଛି । ତୁରନ୍ତ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ଓ କୃଷି ବିଭାଗ ମିଳିତ ସହଯୋଗରେ ଚାଷୀଙ୍କ ଧୋଇଥିବା କ୍ଷତିର ଆକଳନ କରି ଚାଷୀଙ୍କୁ ଉପଯୁକ୍ତ କ୍ଷୟକ୍ଷତିର ସହାୟତା ରାଶି ଦେବା ସମ୍ପର୍କରେ ସମାଜବଦୀପାର୍ଟି ରାଜ୍ୟ ସଭାପତି ରବି ବେହେରା ଏକ ଦାବି ପତ୍ର ରାଜ୍ୟ ଜଳ ସମ୍ପଦମନ୍ତ୍ରୀ ଓ ମୁଖ୍ୟ ଶାସନସଚିବଙ୍କୁ ପ୍ରଧାନ କରିଥିବା ଜଣାପଡିଛି ।

Leave A Reply

Your email address will not be published.

ten + sixteen =