ବାଙ୍କୀ: ଚନ୍ଦକା-ଡମପଡା ଅଭୟାରଣ୍ୟ ନିକଟବତିୀ ଭଗିପୁର ସେକ୍ସନ ଅଧିନରେ ଥିବା ଭଗିପୁର ଜଙ୍ଗଲରେ ଏକ ପରିତ୍ୟକ୍ତ ହରିଣ ଛାଲ ପଡିଥିବାର ଖବର ପାଇ ବନବିଭାଗ ଜଙ୍ଗଲରୁ ଛାଲକୁ ଉଦ୍ଧାର କରିଛି । ଅଂଚଳରେ ହରିଣ ଛାଲ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । କୌଣସି ଶିକାରୀ ହରିଣ ଶିକାର କରି ଛାଲକୁ ପକାଇଦେଇ ଚାଲି ଯାଇଥିବା ଗ୍ରାମବାସୀ ସନେ୍ଦହ କରୁଛନ୍ତି । ଡମପଡା ବନବିଭାଗ ଛାଲ ପାଇ ତାର ତଦନ୍ତ କରିଥିଲେ ମଧ୍ୟ କିଛି ସୁରାଗ ପାଇ ନଥିଲା । ଫରେଷ୍ଟର ପ୍ରମୋଦ ରାଉତ ଛାଲଟିକୁ ଉଦ୍ଧାର କରିଥିବା ଜଣାପଡିଛି । ଏ ସମ୍ପର୍କରେ ଡମପଡା ରେଞ୍ଜରଙ୍କ ସହ ଯୋଗାଯୋଗ କରିବାରୁ ପରିତ୍ୟକ୍ତ ଛାଲ ଟିକୁ ପୋତି ଦିଆଯାଇଛି ଏବଂ ଜଙ୍ଗଲ ପାଟ୍ରୋଲିଂକୁ କଡାକଡି କରାଯିବା ସମ୍ପର୍କରେ ସୂଚନା ଦେଇଛନ୍ତି ।