ଏରସମା : ଯୁବ ପ୍ରତିଭା ମାନଙ୍କୁ ଲୋକ ଲୋଚନକୁ ଆଣିବା ସହିତ ସେମାନଙ୍କୁ ଏକ ସଚେତନ ଯୁବକ ଯୁବତୀ ଭାବେ ଗଢି ତୋଳିବା ନିମନ୍ତେ ରାଜ୍ୟ ସରକାର ତଥା ଉଚ୍ଚ ଶିକ୍ଷା ବିଭାଗ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡିକରେ ଓଡିଶାର କ୍ରୀଡା ଓ ଯୁବ ବ୍ୟାପାର ଦ୍ଵାରା ପ୍ରୟୋଜିତ ସମନ୍ଵିତ ଯୁବ ବିକାଶ କାର୍ଯ୍ୟକ୍ରମ (IYDP) “ଯୁବ ଓଡିଶା ନବୀନ ଓଡିଶା” ଆରମ୍ଭ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମ ଆଗାମୀ ଡିସେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟଳୟ ଏବଂ ମହାବିଦ୍ୟାଳୟ ଗୁଡିକରେ କ୍ରୀଡା ପ୍ରତିଯୋଗିତା, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମାଜିକ କାର୍ଯ୍ୟକ୍ରମ ଆୟୋଜିତ କରାଯିବ ଏବଂ କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିନ ବାଲିକୁଦା ବ୍ଲକ୍ ଅନ୍ତର୍ଗତ ହରିଶପୁର୍ ବଳଦେବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବୋରିକିନା ପରିସରରେ “ଯୁବ ଓଡିଶା ନବୀନ ଓଡିଶା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନ ର ଅଧ୍ୟକ୍ଷା ରେଣୁକା ସ୍ଵାଇଁ ଅଧ୍ଯକ୍ଷତା କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ବର୍ଣ୍ଣାଢ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିକୁଦା ପଞ୍ଚାୟତ ସମିତି ଅଧ୍ୟକ୍ଷ ଆଇନଜିବୀ ପ୍ରକାଶ ଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିକୁଦା ବ୍ଲକ୍ ମଣ୍ଡଳ ଉନ୍ନୟନ ଅଧିକାର ବିକାଶ ଚନ୍ଦ୍ର ମହାନ୍ତି ଓ ଅନୁଷ୍ଠାନର ପ୍ରତିଷ୍ଠାତା କୃଷ୍ଣ ଚନ୍ଦ୍ର ବରାଳ ଯୋଗଦେଇ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରୟୋଜିତ ଯୁବ ‘ଓଡିଶା ନବୀନ ଓଡିଶା’ କାର୍ଯ୍ୟକ୍ରମ ର ଭୂୟସୀ ପ୍ରଶଂସା କରିଥିଲେ l ସେହିପରି ମୁଖ୍ୟବକ୍ତାଭାବେ ବ୍ଲକ୍ ଶିକ୍ଷାଧିକାରୀ ବାଇଧର ପ୍ରଧାନ ଏହି କାର୍ଯ୍ୟକ୍ରମ ଯୁବଗୋଷ୍ଠୀଙ୍କୁ ନୂତନ ଦିଗଦର୍ଶନ ଦେବ ବୋଲି କହିଥିଲେ l ଅନୁଷ୍ଠାନର ଅଧ୍ୟକ୍ଷା ରେଣୁକା ସ୍ଵାଇଁ ପ୍ରାରମ୍ଭିକ ସ୍ୱାଗତ୍ ଭାଷଣ ଦେଇ କାର୍ଯ୍ୟକ୍ରମର ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ l ଅଧ୍ୟାପକ ଅଶୋକ କୁମାର ସ୍ଵାଇଁ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ମଙ୍ଗଳାଚରଣ ଗାନ କରିଥିଲେ l ଅଧ୍ୟାପକ ତଥା ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଂଯୋଜକ ଅଧ୍ୟାପକ ଅଜୟ କୁମାର ଭୋଳ ଓ ଅଧ୍ୟାପକ ବସନ୍ତ କୁମାର ସ୍ୱାଇଁ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା, ଡାଃ ଅକ୍ଷୟ କୁମାର ଜେନା , ଶିବ ପ୍ରସାଦ ଦାସ, ଦିଲ୍ଲୀପ କୁମାର ମହାନ୍ତି, ଶିଶିର କୁମାର ଦାଶ, ପ୍ରବୀର କୁମାର ସ୍ଵାଇଁ, ଦିଲ୍ଲୀପ କୁମାର ନନ୍ଦ, ଚିତ୍ତ ରଞ୍ଜନ ଦାସ, ବିଘ୍ନରାଜ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଅଧ୍ୟାପିକା ଲତିକା ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ଅକ୍ଷୟ କୁମାର ଓଝା, ଜଗନ୍ନାଥ ରାଉଳ, ସୁବାଷ୍ ଚନ୍ଦ୍ର ପରିଡା, ବିଶ୍ୱଜିତ୍ ବିଶ୍ଵାଳ,ତାରକେଶ୍ବର ମହାନ୍ତି, ରମେଶ ଚନ୍ଦ୍ର ବାରିକ୍, କ୍ଷୀରୋଦ ମହାନ୍ତି, ପତିତପାବନ ବାରିକ, ବିଜୟ ସେଠୀ, ବିଚିତ୍ରା ନନ୍ଦ ସାହୁ ଓ ମନୋଜ କୁମାର ଦାସ ପ୍ରମୁଖ ସ୍ଵତନ୍ତ୍ର ଭାବେ ସହଯୋଗ କରିଥିଲେ l ଆଜିଠୁ ପନ୍ଦର ଦିନଧରି ଅନୁଷ୍ଠାନ ପରିସରରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ l