କଟକ: କରୋନା ଭୂତାଣୁ ସଂକ୍ରମଣ ଜନିତ ପରିସ୍ଥିତିରେ ଗୁରୁତର ଭାବେ ପ୍ରଭାବିତ ହୋଇଛି ବିଚାର ପ୍ରକ୍ରିୟା ମାର୍ଚ୍ଚ ଶେଷ ସପ୍ତାହରୁ ସାରାରାଜ୍ୟରେ ଅଦାଲତି କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଗତବର୍ଷ ସୁଦ୍ଧା ଦେଢ଼ ଲକ୍ଷରୁ ଉଦ୍ଧ୍ୱର୍ ମାମଲା ବିଚାରାଧୀନ ଥିବାବେଳେ ଏବେ ଏହା ବଢ଼ି ୧ ଲକ୍ଷ ୬୬ ହଜାରରେ ପହଂଚିଛି । ହାଇକୋର୍ଟରେ ସ୍ୱାଭାବିକ କାର୍ଯ୍ୟ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ବନ୍ଦ (ସସ୍ପେଣ୍ଡ) ରହିବ ବୋଲି ସେପ୍ଟେମ୍ବର ୧୬ରେ ଘୋଷଣା କରାଯାଇଥିଲା । ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ମାଧ୍ୟମରେ ଉଭୟ ପୁରୁଣା, ନୂଆ ଓ ଜରୁରୀ ମାମଲା ଶୁଣାଣି ଚାଲିଥିବାବେଳେ ହାଇକୋର୍ଟ କାର୍ଯ୍ୟାଳୟରେ କେତେ ଜଣ କରୋନା ସଂକ୍ରମିତ ଚାଲିଥିବାବେଳେ ହାଇକୋର୍ଟ କାର୍ଯ୍ୟାଳୟରେ କେତେ ଜଣ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ସେପ୍ଟେମ୍ବର ୨୧ ଓ ୨୨ ତାରିଖ ଦୁଇ ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ ପରିସର ସଂପୂର୍ଣ୍ଣ ସାନିଟାଇଜ ପାଇଁ ବନ୍ଦ ରହିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଥିଲା । କରୋନା ଯୋଗୁଁ ସୃଷ୍ଟି ହୋଇଥିବ ସ୍ଥିତି ଯୋଗୁଁ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହେବା ଦ୍ୱାରା ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟ ବୃଦ୍ଧି ପାଇଛି । ହାଇକୋର୍ଟ ୱେବସାଇଟ ତଥ୍ୟ ଅନୁସାରେ, ୨୦୧୯, ଡିସେମ୍ବର ୩୧ ତାରିଖ ସୁଦ୍ଧା ହାଇକୋର୍ଟରେ ୧ ଲକ୍ଷ ୫୦ ହଜାର ୬୩୭ଟି ମାମଲା ବିଚାରାଧୀନ ଥିଲା । ଏବେ ବିଚାରାଧୀନ ମାମଲା ସଂଖ୍ୟା ୧ଲକ୍ଷ ୬୬ ହଜାରରୁ ଅଧିକ ରହିଛି । ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରିଡ୍ (ଏନ୍ଜେଡିଜେ) ୱେବସାଇଟରେ ଉପଲବ୍ଧ ତଥ୍ୟ ଅନୁସାରେ ୨୦୨୦, ସେପ୍ଟେମ୍ବର ୨୧ ସୁଦ୍ଧା ଓଡ଼ିଶା ହାଇକୋର୍ଟରେ ୧ ଲକ୍ଷ ୧୫ ହଜାର ୪୪୯ଟି ସିଭିଲ କେସ୍ ଓ ୫୧ ହଜାର ୨୦୬ଟି କ୍ରିମିନାଲ କେସ୍ ବିଚାରାଧୀନ ରହିଛି । ଏଥିମଧ୍ୟରୁ ୬୯୨ଟି ସିଭିଲ କେସ୍ ୩୦ ବର୍ଷ କିମ୍ବା ତା’ଠାରୁ ପରୁଣା ହୋଇଥିବାବେଳେ ଏବେ ଏସବୁ ହାଇକୋର୍ଟରେ ବିଚାରାଧୀନ ରହିଛି । ୩୦ ବର୍ଷ ବା ତାଠାରୁ ପୁରୁଣା ୩ଟି କ୍ରିମିନାଲ କେସ୍ ହାଇକୋର୍ଟରେ ଏବେ ବିଚାରାଧୀନ ରହିଛି । ସେହିଭଳି ୨୦ରୁ ୩୦ ବର୍ଷ ପୁରୁଣା ୩ ହଜାର ୭୩୩ଟି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି । ଏଥିମଧ୍ୟରେ ୨ ହଜାର ୯୦୩ଟି ସିଭିଲ କେସ୍ ୮୩୦ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ । ୧୦ରୁ ୨୦ ବର୍ଷ ପୁରୁଣା ୨୩ ହଜାର ୯୧୨ଟି ବିଚାରାଧୀନ ମାମଲା ହାଇକୋର୍ଟରେ ଥିବାବେଳେ ସେଥିରୁ ୧୪ ହଜାର ୯୧୨ଟି ବିଚାରାଧୀନ ମାମଲା ହାଇକୋର୍ଟରେ ଥିବାବେଳେ ସେଥିରୁ ୧୪ ହଜାର ୯୮୭ଟି ସିଭିଲ କେସ୍, ୮୯୨୫ଟି କ୍ରିମିନାଲ କେସ୍ ରହିଛି । ୫ରୁ ୧୦ ବର୍ଷ ପୁରୁଣା ବିଚାରାଧୀନ ମାମଲା ସଂଖ୍ୟା ହେଉଛି ୩୯ ହଜାର ୮୫୬ । ଏଥି ମଧ୍ୟରେ ୩୦ ହଜାର ୩୧୨ଟି ସିଭିଲ କେସ୍ ଓ ୯ ହଜାର ୫୪୪ଟି କ୍ରିମିନାଲା କେସ୍ ରହିଛି । ସେହିଭଳି ୩ରୁ ୫ ବର୍ଷ ପୁରୁଣା ୨୪ ହଜାର ୨୨୫ଟି ବିଚାରାଧୀନ ମାମଲା ମଧ୍ୟରୁ ୧୮ ହଜାର ୭୦୨ଟି ସିଭିଲ କେସ୍, ୫ ହଜାର ୫୨୩ଟି କ୍ରିମିନାଲ କେସ୍ ରହିଛି । ୧ ବର୍ଷରୁ ୩ ବର୍ଷ ପୁରୁଣା ୨୭ ହଜାର ୫୭ଟି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ରହିଛି । ଏଥି ମଧ୍ୟରେ ୨୦ ହଜାର ୮୪୫ଟି ସିଭିଲ କେସ୍ ଓ ୬ ହଜାର ୨୧୨ଟି କ୍ରିମିନାଲ କେସ୍ ଅନ୍ତର୍ଭୁକ୍ତ । ନିମ୍ନ ଅଦାଲତ ଦ୍ୱାରା ପ୍ରଦାନ କରାଯାଇଥିବା ମୃତୁ୍ୟଦାଣ୍ଡାଦେଶ ରାୟ ଅନୁମୋଦନ ସମ୍ପର୍କିତ ମାମଲା (ଡିଏସ୍ଆଇଏଫ) ୫ଟି ହାଇକୋର୍ଟରେ ବିଚାରାଧୀନ ରହିଛି ।