ହାଇଦରକୁ କରୋନା

କଟକ: କଟକ ବଡମେଡିକାଲରୁ ଖସି ପଳାଇବା ପରେ ତେଲେଙ୍ଗାନରୁ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଛି । ଆରଟିପିସିଆର ପରୀକ୍ଷାରେ ସେ କରୋନା ପଜିଟିଭ ଥିବା ଜଣାଯାଇଛି । ଗତକାଲି ପ୍ରଥମେ ହାଇଦରର ଆଂଟିଜେନ ଟେଷ୍ଟ କରାଯାଇଥିଲା । ସେଥିରେ ରିପୋର୍ଟ ନେଗେଟିଭ ଆସିବାରେ ତାହାର ଆରଟିପିସିଆର ଟେଷ୍ଟ ହୋଇଥିଲା । ସେଥିରେ ସେ କରୋନା ପଜିଟିଭ ଆସିଛି । ଏହାଫଳରେ ହାଇଦରକୁ ରିମାଣ୍ଡ ନେବା ନିଷ୍ପତିକୁ ସ୍ଥଗତ ରଖାଯାଇଛି । ଆଜିଠାରୁ ହାଇଦର ୭ ଦିନିଆ ରିମାଣ୍ଡରେ ଯିବାର ଥିଲା । ହାଇଦର କରୋନା ପଜିଟିଭ ଜଣାପଡିବା ପରେ ତାକୁ ଚଉଦ୍ୱାର ଜେଲର ଆଇସୋଲେସନ ୱାର୍ଡରେ ରଖାଯାଇଛି । ତା’ର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି । ଇତିିିମଧ୍ୟରେ ହାଇଦରକୁ ଆଣିବା ପାଇଁ ତେଲେଙ୍ଗାନା ଯାଇଥିବା ଓଡ଼ିଶା ପୋଲିସ ଟିମ୍‌ର କିଛି ଅଧିକାରୀଙ୍କୁ ଆଇସୋଲେସନରେ ରହିବାକୁ ପରାର୍ମଶ ଦିଆଯାଇଛି ।

Leave A Reply

Your email address will not be published.

2 × five =