ହାଟ ବଜାରରେ ସାମାଜିକ ଦୁରତାକୁ ଫୁ

ଚମ୍ପୁଆ: ବର୍ତମାନ ପରିସ୍ଥିତରେ କରୋନା ବେକାବୁ ହେବାସହ ସଂକ୍ରମଶ ବଢିଚାଲିଛି । ଏହାର ଦମନପାଇଁ କୌଣସି ସଠିକ ଟିକା ବାହାରି ନଥିବାରୁ ସଚେତନ ହିଁ ଏକମାତ୍ର ବିକଳ୍ପ । ଏଥିପାଇଁ ମାସ୍କ ପରିଧାନ, ସାମାଜିକ ଦୁରତା ଅବଲମ୍ବନ ସହ ବାରମ୍ବାର ହାତ ହୋଇବା ଓ ପରିଷ୍କାର ପରିଛନ୍ନ ରହିବାକୁ ପରାମର୍ଶ ଦିଆଯାଉଛି । ଏଥିପାଇଁ ସରକାର ଓ ପ୍ରଶାସନ ତରଫରୁ ବିଭିନ୍ନ କଟକଣା ଲାଗୁକରାଯାଇଛି । ଏହି ପପରି ପ୍ରେକ୍ଷୀରେ ଜୁଲାଇ ୩୧ତାରିଖ ଯାଏଁ ଲକଡାଉନ୍ ଜାରି କରାଯାଇଛି । ପ୍ରତି ସପ୍ତାହର ଶେଷ ଦଉି ଦିନ ମଧ୍ୟ ସଟଡାଉନ ଘୋଷଣା କକରାଯାଇଛି । ଜରୁରୀ କାର୍ଯ୍ୟ ଥିଲେ ବାହାରକୁ ଯିବା ବେଳେ ମାସ୍କ ପିନ୍ଧି ସାମାଜିକ ଦୁରତା ବଜାୟ ର୍ଖିବାକୁ ପରାମର୍ଶ ଦିଆଯାଇଛି । ଏବାବଦରେ ସ୍ଥାନୀୟ ପ୍ରଶାସନ ତରଫରୁ ଗ୍ରାମାଞ୍ଚଳଠାରୁ ସହରାଞ୍ଚଳଯାଏଁ ବାରମ୍ବାର ସଚେତନ କରିବା ସହ ଫାଇନ ମଧ୍ୟ ଆଦାୟ କରାଯାଉଛି । ତଥାପି ଚମ୍ପୁଆ ଅଞ୍ଚଳରେ କରୋନା ତାର କାୟା ବିସ୍ତାର କରିଚାଲିଛି । ଅନେକ ଲୋକ ମାସ୍କକୁ କେବଳ ବେକରେ ଗୁଡେଇ ରଖୁଥିବା ଦେଖିବାକୁ ମିଳିଛି । ଗାଁଠାରୁ ସହର ପର୍ଯ୍ୟନତ ସବୁଆଡେ ସାମାଜିକ ଦୁତ୍ୱକୁ ଗୁରୁତ୍ୱ ଦିଆଯାଉନାହିଁ । ଯାହା ଫଳରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ପରିବା ବଜାର, ଦୋକାନ ଓ ସାପ୍ତାହିକ ହାଟମାନଙ୍କରେ ସାମାଜିକ ଦୁରତାର ଧଜିଆ ଉଡୋଉଥିବା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Leave A Reply

Your email address will not be published.

4 × two =