ଭଞ୍ଜନଗର: ଗଞ୍ଜାମ ଜିଳ୍ଲା ବୁଗୁଡା ଥାନା ଅନ୍ତର୍ଗତ ମକରାପଲ୍ଳୀର ମଙ୍ଗରାଜପୁର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ହାତଗୋଡ ବନ୍ଧା ଜଣେ ନବବଧୂକୁ ପଡୋଶୀ ଘରର ଏକ ଡୋଲି ଭିତରେ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କୁ ପ୍ରଥମେ ଚିକିତ୍ସାଲାଗି ବୁଗୁଡା ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ତେବେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସଂକଟାପର୍ନ୍ନ ଥିବାରୁ ତାଙ୍କୁ ଚିକିତ୍ସାଲାଗି ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି ।
ସୂଚନା ଯୋଗ୍ୟଯେ, ମହିଳାଙ୍କଣକ ୬ ମାସ ପୂର୍ବେ ମକରାପଲ୍ଲୀ ଗ୍ରାମରେ ବିବାହ କରିଥିବା ବେଳେ ତାଙ୍କ ସ୍ୱାମୀ ରାଜ୍ୟ ବାହାରେ ରହୁଛନ୍ତି । ନବବଧୂ ଶାଶୂ, ଶ୍ୱଶୁର ଓ ନଣନ୍ଦଙ୍କ ସହ ଶାଶୁ ଘରେ ରହୁଥିଲେ । ମାତ୍ର ଅଧିକ ଯୌତୁକ ଆଣିବାକୁ ଶାଶୁ ଘର ଲୋକେ ତାଙ୍କୁ ନିର୍ଯାତନା ଦେଇ ଆସୁଥିଲେ । ଏପରିକି ନବବଧୂଟି ଗତକାଲିଠୁ ନିଖୋଜ ଥିବା ନେଇ ଶାଶୁ ଘର ଲୋକ ଅଭିଯୋଗ କରିଥିଲେ । ତେବେ ୨୪ ଘଂଟା ନପୁରୁଣ ହାତ ଗୋଡ ବନ୍ଧା ଅବସ୍ଥାରେ ପଡୋଶୀଙ୍କ ଗୁହାଳରେ ଥିବା ଏକ ଟୋକେଇରୁ ତାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇ ବ୍ରହ୍ମପୁର ହସ୍ପିଟାଲରେ ଭର୍ତି କରାଯାଇଛି ।
ନବବଧୂଙ୍କୁ ଶାଶୁ ଶଶୁର ନଣନ୍ଦ ମିଶି ଯୌତୁକ ନିର୍ଯାତନା ଦେଉଥିବା ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି । ସୂଚନାଯୋଗ୍ୟ, ମହିଳାଙ୍କ ସ୍ୱାମୀ ରାଜ୍ୟ ବାହାରେ ରହୁଥିବା ବେଳେ ଖବର ପାଇ ସେ ଫେରୁଥିବା ଜଣାଯାଇଛି ।