କୋଣାର୍କ: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏବେ ଗ୍ରାହକ ମାନଙ୍କୁ ହାତ ପାହାନ୍ତାରେ ଯୋଗାଇଦେବ ଅନେକ ପ୍ରକାରର ବ୍ୟାଙ୍କିଙ୍ଗ୍ ସେବା । ଏଥିପଇଁ ଗ୍ରାହକ ମାନଙ୍କୁ ସେମାନଙ୍କ ରେଜିଷ୍ଟେ୍ରସନ ମୋବାଇଲ୍ ନମ୍ବରରୁ ଏକ ଫୋନ୍ କଲ୍ କିମ୍ବା ହ୍ୱାଟ୍ସପ୍ରେ ମେସେଜ୍ କରିବାକୁ ପଡିବ । କରୋନା ପରି ମହାମାରୀ ସମୟ ରେ ସାମାଜିକ ଦୂରତାକୁ ସୁନିଶ୍ନିତ କରିବା ପାଇଁ ଟଙ୍କା ଦେଣନେଣ ଠାରୁ ଆରମ୍ଭ କରି ଚେକ୍ ସଂଗ୍ରହ, ଡ୍ରାଫ୍ଟ ଜମା କରିବା, ଜେୱାଇସି ଡକ୍ୟୁମେଂଟ ସଂଗ୍ରହ କରିବା ଆଦି ୯ ଗୋଟି ସେବା ଯୋଗାଇବ ଏହି ରାଷ୍ଟ୍ରାୟତ ବ୍ୟାଙ୍କ । ଯେଉଁ ଗ୍ରାହକମାନେ ମୋବାଇଲ୍ ନମ୍ବର ଓ ସମ୍ପୂର୍ଣ୍ଣ କେୱାଇସି ନିଜର ଆକାଉଂଟ ସହିତ ସଂଯୋଗ କରାଇଥିବେ ଏବଂ ଘରୋଇ ବ୍ରାଂଚ ଠାରୁ ୫ କି.ମି ଦୂରରେ ଅବସ୍ଥାନ କରୁଥିବେ ସେମାନଙ୍କ ପାଇଁ ଏହି ସେବାଗୁଡିକ ଉପଲବ୍ଧ ହୋଇପାରିବ । ଏହା ବ୍ୟତୀତ ଗ୍ରାହକମାନେ ନିଜର ପାସ୍ବୁକ୍ କିମ୍ବା ଚେକ୍ବୁକ୍ ବ୍ୟବହାର କରି ପ୍ରତ୍ୟେକ ଦିନ ୨୦.୦୦୦ ଟଙ୍କାର ନଗଦ ଉଠାଣ ଓ ଜମା କରିପାରିବେ । ଏଥିପାଇଁ ଗ୍ରାହକ ମାନଙ୍କୁ ସର୍ଭିିସ୍ ଚାର୍ଜ ମଧ୍ୟ ଦେବାକୁ ପଡିବ । ଷ୍ଟେଟ୍ ବ୍ୟାଙ୍କ ତାରଫରୁ ବର୍ତମାନ ଉତରପ୍ରଦେଶର ସହରରେ ଏହି ସେବା ଆରମ୍ଭ କରାଯାଇଥିବା ବେଳେ ଖୁବ୍ ଶିଘ୍ର ଓଡିଶାର ବିଭିନ୍ନ ପଂଚାୟତରେ ସେବା ଯୋଗାଇ ଦେବେ ଷ୍ଟାର ସମ୍ମାନପ୍ରାପ୍ତ ଆଇଇସିର ନିଦେ୍ର୍ଧଶକ ରାକେଶ ମହାନ୍ତି । ତେବେ ଏସ୍.ବି. ଆଇର ଏହି ସେବାଗୁଡିକ ଖାସକରି ରାଜ୍ୟର ଥିବା ୭୦ ବର୍ଷରୁ ଉଦ୍ଧ୍ୱର୍ ବରିଷ୍ଠ ନାଗରିକ, କରୋନା ପ୍ରଭାବିତ ରୋଗୀ, ଅସହାୟ ଓ ଭିନ୍ନକ୍ଷମମାନଙ୍କ କ୍ଷେତ୍ରରେ ବେଶ୍ ସହାୟକ ହେବ ବୋଲି ଶ୍ରୀଯୁକ୍ତ ମହାନ୍ତିଙ୍କର ଆଶା ଓ ବିଶ୍ୱାସ । ତୃଣମୂଳ ସ୍ତରରେ ଏହାର ପ୍ରଚାର ଏବଂ ପ୍ରସାରଣର ଦାୟିିତ୍ୱ ତୁଲାଉଛନ୍ତି ଆଶିଷ ମିଡିଆ ସର୍ଭିସ୍ ।