ହାତୀ ଆକ୍ରମଣରେ ୨ ଶ୍ରମିକ ମୃତ

ସମ୍ବଲପୁର : ସମ୍ବଲପୁର ଜିଲା ଧମା ଥାନା ଅନ୍ତର୍ଗତ ବଲାରଙ୍ଗା କୁଡେରନିଶା ଗାଁରେ ଅଭାବନୀୟ ଘଟଣା ଘଟିଥିବା ନେଇ ବୁଧବାର ଖବର ମିଳିଛି। ଶୋଇଥିବା ଅବସ୍ଥାରେ ହାତୀ ଦଳି ଦେବାରୁ ୨ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ସେମାନେ ଶ୍ରମିକ ବୋଲି ଜଣାପଡିଛି। ସେମାନଙ୍କୁ ପ୍ରଥମେ ଉଦ୍ଧାର କରି ସଦର ହସ୍ପିଟାଲକୁ ନେବା ପରେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.

8 − 7 =