ହାତୀ ସ୍ମୃତି ସ୍ତମ୍ଭ ଠାରେ ବୃକ୍ଷରୋପଣ

ଚମ୍ପୁଆ: କେନ୍ଦୁଝର ଜିଲ୍ଲାରେ ହାାତୀ ମଣିଷ ଲଢେ଼ଇ ଏକ ଚିରାଚରିତ ପ୍ରସଙ୍ଗ ପାଳଟିଛି ।ଏହା ଦ୍ୱାରା ଜିବନଜିବିକା ମଧ୍ୟ ଖୁବ ପ୍ରଭାବିତ ହେଉଛି ।ସରକାର ଓ ବିଭାଗ ପାଇଁ ଏକ ଆହ୍ୱାନ ପାଲଟି ଥିବା ବେଳେ ଜଣେ ପ୍ରକୃତି ପ୍ରେମୀ ମହିଳା ହାତୀ ମୃତ୍ୟୁରେ ଗଭିର ମର୍ମାହତ ହୋଇ ସେଠାରେ ଏକ ହାତୀ ସ୍ମୃତିସ୍ତମ୍ଭ ନିର୍ମାଣ କରିଥିଲେ ।କେବଳ ପ୍ରକୃତି ଓ ଜୀବଜନ୍ତୁଙ୍କୁ ଭଳ ପାଇବା ସହ ସଚେତନ କରିବା ଉଦେଶ୍ୟରେ ସେ ଏହିସ୍ତମ୍ଭ ନିର୍ମାଣ କରିଥିଳେ । ଏହି ସ୍ଥାନଟି ଏବେ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି ।ୠତକାଲି ଅପରାହ୍ନରେ ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟ ଏହି ସ୍ଥାନର ପରିସରରେ ବୃକ୍ଷରୋପଣ କରି ଥିଲେ । ଏହି ଅବସରରେ ଜାଲି ସରପଞ ହୀରାମଣୀ ସିଂ,ସୂଚନା ଓ ଲୋକ ସଂପର୍କ ଅଧିକାରୀ ଜୟନ୍ତ ନାଏକ,ଶିକ୍ଷାବିତ କ୍ଷେତ୍ରବାସୀ ମହାନ୍ତ, ଅଧ୍ୟାପକ ଜଜାତି ନାଏକ, ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣ କରି ଥିଲେ । ଏହି ଅବସରରେ ଶିକ୍ଷାବିତ କ୍ଷେତ୍ରବାସୀ ମହାନ୍ତ ତାଙ୍କ ସୁରଚିତ ପୁସ୍ତକ ୨ଟି ଉପଜିଲ୍ଲାପାଳଙ୍କୁ ଭେଟି ଦେଇ ଥିଲେ । ଏଠାରେ ସ୍ମରଣ ଯୋଗ୍ୟକି ଏହି ଅଞ୍ଚଳରେ ବିଦ୍ୟୁତ ଅଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟି ଥିଲା । ଏହି ମୃତ ହାତୀଙ୍କ ସ୍ମୃତି ଉଦେଶ୍ୟରେ ମା ପଦ୍ମାବତୀଙ୍କ ଅଭିଳାଶକୁ ପୂରଣ କରିବା ପାଇର୍ ତାଙ୍କ ସୁପୁତ୍ର କୃର୍ଷ୍ଣଚନ୍ଦ୍ର ଏଠାରେ ୫ ଏକର ନିଜସ୍ୱ ଜମିରେ ହାତୀ ସ୍ମୃତିସ୍ତମ୍ଭ ନିର୍ମାଣ କରିଥିଲେ । ପରବର୍ତି ସମୟରେ ଏହାକୁ ଲୋକମାନଙ୍କ ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଗତକାଲି ଉପଜିଲ୍ଲାପାଳ ଏଠାରେ ବୃକ୍ଷରୋପଣ କରିବା ସହ ଏହା ପଛର କାହାଣୀ ଶୁଣି ହତବାକ ହୋଇ ଯାଇ ଥିଲେ ।ତାଙ୍କର ଏପରି ମହନିୟ କାର୍ଯ୍ୟକୁ ପ୍ରଶଂସା କରିବା ସହ ବନ୍ୟଜନ୍ତୁ ସୁରକ୍ଷା ପାିଇଁ ଏହି ସ୍ତମ୍ଭ ସମସ୍ତଙ୍କୁପେରଣା ଯୋଗାଇବ ବୋଲି କହିଥିଲେ ।

Leave A Reply

Your email address will not be published.

11 + eleven =