ଯାଜପୁର: ଉତରପ୍ରଦେଶର ହାଥରସ ଦଳିତ ଯୁବତୀଙ୍କୁ ଗଣ ଦୁଷ୍କର୍ମ କାରୀମାନଙ୍କୁ ଫାସୀ ଦଣ୍ଡରେ ଦଣ୍ଡି କରାଯିବା ସହିତ ଉତରପୁଲିସର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ପ୍ରତି ହୋଇଥିବା ର୍ଦୁବ୍ୟବହାରକୁ କଂଗ୍ରେସ ପ୍ରତିବାଦ କରିଛି । ଏଥିନେଇ ଆଜି ଦଶରଥପୁର ବ୍ଲକ ଯୁବ ଓ ଛାତ୍ର କଂଗ୍ରେସ ପକ୍ଷରୁ ମଂଗଳପୁର ବଜାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗ୍ୟ ଆଦିତ୍ୟନାଥଙ୍କ କୁଶପୁତଳିକା ଦାହ କରାଯାଇଛି । ଅତି ବିର୍ଭସô ଭାବେ ଦୁଷ୍କର୍ମ କରାଯାଇ ଜିଭ କାଟି, ଛାତିହାଡ ଭାଙ୍ଗି ମରଣାତ୍ମକ ଭାବେ ଆକ୍ରମଣ କରାଯାଇ ଯୁବତୀ ଜଣଙ୍କ ଜେପରି ମୃତୁ୍ୟ ଘଟିଛି ଏବଂ ତାଙ୍କ ପରିବାରକୁ ଓକିଳ, ସାମ୍ବାଦିକ, ରାଜନେତାଙ୍କୁ ଭେଟାଇନଦେବା ପାଇଁ ପୁଲିସର ମାତ୍ରଧିକ କାର୍ଯ୍ୟାକଳାପକୁ କର୍ମୀମାନେ ନିନ୍ଦାକରି ନାରାବାଜି କରିଥିଲେ । ଶେଷରେ ମୋଦୀ ଓ ଯୋଗୀଙ୍କ କୁଷପୁତଳିକାକୁ ପୋଡାଯାଇଥିଲା । ଏଥିରେ ଚନ୍ଦ୍ର ଶେଖର ସାହୁ, ଘନଶ୍ୟମ ସାହୁ, ସବ୍ୟସାଚି ଦାସ, ଚନ୍ଦ୍ର ନାରାୟଣ ଦାଶ, ସାଗର ରଂଜନ ପରିଡା, ଉମେଶ ଜେନା, ଇନ୍ଦ୍ରଜିତ ଦାସ, ଅନନ୍ତ କୁମାର ଦାସ, ଅଜିତ ମହାନ୍ତି, ତାରାକାନ୍ତ ଦାସ, ଅମୀୟ କୁମାର ଦାସ, ଅକ୍ଷୟ ନାୟକ, ରମାକାନ୍ତ ଦାସ, ବୀଜୟ କୁମାର ବେହେରା, ହିମାଂଶୁ ନନ୍ଦି, ଗୌତମ ଜେନା, ବୃନ୍ଦାବନ ଜେନା, ଧମେନ୍ଦ୍ର ଦାସ, ଚନ୍ଦ୍ରକାନ୍ତ ମଲ୍ଲିକ, ନିତ୍ୟାନନ୍ଦ ପାତ୍ର, ବସନ୍ତ ନାୟକ, ବିମଳ ମଲ୍ଲିକ, କୃପାସିନ୍ଧୁ ମଲ୍ଲିକ, ଘନଶ୍ୟାମ ମଲ୍ଲିକ, ଲିଟନ ପାତ୍ର, ସୋମ୍ୟରଂଜନ ସାମଲ, ଅଭିମନୁ୍ୟ ପାତ୍ର, ଚନ୍ଦ୍ରକାନ୍ତ ମଲ୍ଲିକ, ମଦନ ମଲ୍ଲିକ, ଚନ୍ଦ୍ର ଶେଖର ସାହୁଙ୍କ ସମେତ ବହୁ କର୍ମୀ ଉପସ୍ଥିତ ରହି ନାରାବାଜି ଦେବାସହିତ କୁଶପୁତଳିକା ଦାହ କରାଯାଇଥିଲା ।