ହୀରାକୁଦର ଖୋଲିଲା ୪ଟି ଗେଟ୍

ହୀରାକୁଦ: ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଆଜି ହୀରାକୁଦ ଜଳଭଣ୍ଡାରର ୪ଟି ଗେଟ୍ ଖୋଲାଯାଇଛି । ଜଳଭଣ୍ଡରର ପଶ୍ଚିମ ପଟୁ ୩ଟି ଗେଟ୍ ଖୋଲିଥିଲା ବେଳେ ପୂର୍ବପଟୁ ଗୋଟିଏ ଗେଟ୍ ଖୋଲିଛି । ଏବେ ଜଳଭଣ୍ଡରର ସର୍ବୋଚ ଜଳପତନ ୬୦୭.୩୭ ଫୁଟ ରହିଛି । ୪ଟି ଗେଟ୍ ଖୋଲାଯିବା ପରେ ପ୍ରତି ସେକେଣ୍ଡରେ ଜଣଭଣ୍ଡରରୁ ୮୧ ହଜାର ଘନ ଫୁଟ ଜଳ ନିଷ୍ପାଶିତ ହେଉଥିବା ବେଳେ ପ୍ରତି ସେକେଣ୍ଡରେ ୮୬,୧୮୦ ଘନଫୁଟ ଜଳ ପ୍ରବେଶ କରୁଛି ।
ସୂଚନାଯୋଗ୍ୟ ଯେ, ଗତ ୧୧ ତାରିଖ ଦିନ ଜଳ ଭଣ୍ଡାରର ୨ଟି ଗେଟ୍ ଖୋଲାଯାଇଥିଲା । ପରେ ୨ଟି ଯାକ ଗେଟ୍‌କୁ ବନ୍ଦ କରିଦିଆଯାଇଥିଲା । ହୀରାକୁଦରେ ମୋଟ ୯୮ଟି ଗେଟ୍ ରହିଛି ।

Leave A Reply

Your email address will not be published.

12 − one =