ଭୁବନେଶ୍ୱର: ୟୁକୋ ବ୍ୟାଙ୍କ୍ ଭୁବନେଶ୍ୱର ଅଂଚଳର ନୂତନ ଆଂଚଳିକ ମୁଖ୍ୟ ଭାବେ ମହାପ୍ରବନ୍ଧକ ଅରୂପାନନ୍ଦ ଜେନା କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହାସହ ସେ ଏସ୍ଏଲ୍ବିସି, ଓଡ଼ିଶାର ଆବହକ ଭାବେ ମଧ୍ୟ କାର୍ଯ୍ୟ କରିବେ । ଶ୍ରୀ ଜେନା ୧୯୯୦ରେ ବ୍ୟଙ୍କରେ ଜଣେ ଅଫିସର ଭାବେ ଯୋଗ ଦେଇଥିଲେ । ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ଦେଶର ବିଭିନ୍ନ ରାଜ୍ୟ ଓ ସିଙ୍ଗାପୁରରେ କାର୍ଯ୍ୟ କରିଛନ୍ତି । ସେ ବ୍ୟାଙ୍କର ବିଭିନ୍ନ ଶାଖା କାର୍ଯ୍ୟାଳୟ ଓ ମୁଖ୍ୟ କାର୍ଯ୍ୟଳୟର ଅନ୍ତର୍ଜାତୀୟ ବିଭାଗ, କର୍ପୋରେଟ୍ କ୍ରେଡିଟ୍ ବିଭାଗରେ କାର୍ଯ୍ୟ କରି ବ୍ୟାପକ ଅଭିଜ୍ଞତା ହାସଲ କରିଛନ୍ତି । ସେ କୃଷି, ଏମ୍ଏସ୍ଏମଇ, ରିଟେଲ ଋଣ ଉପରେ ଗୁରୁତ୍ୱ ଦେଇ ବ୍ୟାଙ୍କ ଋଣ ଜମା ଅନୁପାତ ବୃଦ୍ଧି ଉପରେ ଧ୍ୟାନ ଦେବେ ବୋଲି କହିଛନ୍ତି ।