ୟୁଜର୍ସ ଫି ପ୍ରତ୍ୟାହାର ଦାବିରେ ସିପିଏମ୍ ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ

ଜଳେଶ୍ୱର : ଜଳେଶ୍ୱର ପୈାର ପରିଷଦ ପକ୍ଷରୁ ୟୁଜର୍ସ ଫି ଭଳି ଜିଜିଆ କରକୁ ତୀବ୍ର ବିରୋଧ କରିଛି ସିପିଏମ୍ ଆଂଚଳିକ କମିଟି । ତୁରନ୍ତ ଏହି ୟୁଜର୍ସ ଫିକୁ ପ୍ରତ୍ୟାହାର କରିବା ପାଇଁ ଦାବୀ କରି ସିପିଏମ୍ ପକ୍ଷରୁ ମଙ୍ଗଳବାର ଦିନ ଜଳେଶ୍ୱର ପୈାର ପରିଷଦ କାର୍ଯ୍ୟାଳୟକୁ ଘେରାଉ କରାଯାଇଥିଲା । କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାପାତ୍ରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ଦଳ ପକ୍ଷରୁ ଏକ ଦସ୍ତଖତ ସମ୍ବଳିତ ଦାବୀପତ୍ର ପ୍ରଦାନ କରାଯାଇଥିଲା । ଜଳେଶ୍ୱର ପୈାରାଂଚଳର ଜନସାଧାରଣ ଗୃହ, ବିଦ୍ୟୁତ ଓ ପାଣି ଟିକସ ଦେଉଥିବା ବେଳେ ପୁଣି ଏହି ୟୁଜର୍ସ ଫି ଆଦାୟ କରିବା ବେଡିି ଉପରେ କରୋଡା ମାଡ ସଦୃଶ ହୋଇଛି । ସିପିଏମ୍ ନେତୃବୃନ୍ଦ ଦିଲ୍ଲୀପ ଗିରି, ଜିତାଂଶୁ ନନ୍ଦୀ, ଶିଶିର ହୁଇ, ସିତାଂଶୁ ସେନାପତି, ଦିଲ୍ଲୀପ ପରିଡା, ଆରତୀ ପଲାଇ, ଲକ୍ଷ୍ମୀଧର ପଲାଇ, ସବିତା ଭୂୟାଁ, ସେକ୍ ତୟବ, ସେକ୍ ନଜିମୁଦ୍ଧିନ, ନିତ୍ୟାନନ୍ଦ ଦାସ, ଶିବାନନ୍ଦ ରଣା, କେଦାର ଜେନା ପ୍ରମୁଖ ଶତାଧିକ ପୁରୁଷ ମହିଳା ଏହି ପ୍ରତିବାଦ ବିକ୍ଷୋଭରେ ଯୋଗ ଦେଇଥିଲେ । ୟୁଜର୍ସ ଫି ପ୍ରତ୍ୟାହାର କରା ନ ଗଲେ ଆନେ୍ଦାଳନ ବ୍ୟାପକ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

Leave A Reply

Your email address will not be published.

one × 2 =