ଭୁବନେଶ୍ୱର: କରୋନା କଟକଣା ଉଲ୍ଲଂଘନ ଯୋଗୁଁ ବିଏମ୍ସି କର୍ତୃପକ୍ଷ ଆଜି ରାଜଧାନୀ ଭୁବନେଶ୍ୱର ସର୍ବବୃହତ ଦୈନିକ ହାଟ ୧ ନମ୍ବର ହାଟକୁ ଜୁଲାଇ ପହିଲା ପର୍ଯ୍ୟନ୍ତ ହାଟକୁ ବନ୍ଦ କରି ଦେଇଛନ୍ତି । ଉଭୟ ହୋଲସେଲ୍ ଓ ରିଟେଲ ବ୍ୟବସାୟୀଙ୍କ ପାଇଁ ହାଟ ବନ୍ଦ କରାଯାଇଛି । କରୋନା ସଂକ୍ରମଣ ବଢ଼ିବା ଆଶଙ୍କା କରି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବନ୍ଦ କରାଯାଇଛି ।
ଆସନ୍ତାକାଲିଠାରୁ ୨ ଦିନିଆ ସଟଡାଉନ ଥିବାରୁ ଆଜି ହାଟରେ ପ୍ରବଳ ଗହଳି ଲାଗିଥିଲା । ଆଂଶିକ ଲକଡାଉନ ଯୋଗୁଁ ଏବେ ହାଟରେ କାରବାର ଦିନ ୧ଟା ଯାଏ ଚାଲୁଛି । ହେଲେ ଆଜି ହାଟରେ ପ୍ରବଳ ଗହଳି ହୋଇଥିବା ଦେଖିବାକୁ ମିଳିଥିଲା । ଏପରିକି ସାମାଜିକ ଦୂରତା, ମାସ୍କ ପିନ୍ଧିବା ଭଳି କରୋନା ନିୟମାବଳୀର ଉଲ୍ଲଂଘନ ହେଉଥିବା ନଜରକୁ ଆସିଥିଲା । ପ୍ରବଳ ଜନ ଗହଳି ଯୋଗୁଁ କରୋନା ସଂକ୍ରମଣ ବ୍ୟାପିବା ଆଶଙ୍କା ଥିବାରୁ ହାଟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ୟୁନିଟ୍ -୧ ହାଟ ବନ୍ଦ