ଭୁବନେଶ୍ୱର: ବଡ଼ସାହି ଥାନା ଅନ୍ତର୍ଗତ ପ୍ରତାପପୁର ଗ୍ରାମ ପଂଚାୟତର ବଡପଦା ଗ୍ରାମରେ ଗୋଟିଏ ପରିବାରର ୪ ଜଣ ଶିଶୁ ଫୁଡ୍ ପଏଜନର ଶିକାର ହୋଇଛନ୍ତି ।
ସୂଚନା ଅନୁଯାୟୀ, ଜଗନ୍ନାଥ ନାଏକ ଓ ଭାଇ ସରୋଜ ନାଏକଙ୍କ ୪ପୁଅ ଝିଅ ନମିତା(୮), ବାଦଲ(୬), ରିମା(୫) ଓ ଦେଢବର୍ଷ ଶିଶୁ ପୁତ୍ର ସତ୍ୟବ୍ରତ ଭୁଲ ବଶତଃ ୟୁରିଆ ସାର ଖାଇ ଗୁରୁତ୍ୱର ଭାବେ ଅସୁସ୍ଥ ହୋଇଥିଲେ । ସମସ୍ତଙ୍କୁ ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତି କରାଯାଇଛି ।