୧୦୦ ଦିନରେ ୧୪କୋଟି ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଆଜି କୋଭିଡ୍ ପ୍ରତିଷେଧକ ଟିକାକରଣକୁ ୧୦୦ ଦିନ ପୂରଣ ହୋଇଥିବା ବେଳେ ୧୪ କୋଟି ୮ଲକ୍ଷ ୨ହଜାର ୭୯୪ ଜଣ ଟିକା ନେଇଛନ୍ତି । ଦେଶର ବିଭିନ୍ନ ଅଞ୍ଚଳରେ ଥିବା ୩୪ ହଜାର ୬୬୮ଟି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ୩ହଜାର ୨୨୯ଟି ଘରୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ଟିକାକରଣ କରାଯାଇଛି । ଗତକାଲି ଗୋଟଇଏ ଦିନରେ ୨୪ ଲକ୍ଷ ୨୨ହଜାର ୯୮୯ ଜଣଙ୍କୁ ଟିକା ଦିଆଯାଇଥିବା ବେଳେ ସେଥିମଧ୍ୟରୁ ୧୫ ଲକ୍ଷ ୬୯ ହଜାର ୬୩୧ ଜଣ ପ୍ରଥମ ଡୋଜ୍ ଏବଂ ୮ଲକ୍ଷ ୫୩ହଜାର ୩୫୮ ଜଣ ଦ୍ୱିତୀୟ ଡୋଜ୍ ଟିକା ନେଇଛନ୍ତି ।
ଦେଶରେ ଚାଲିଥିବା ଏହି ସର୍ବବୃହତ ଟିକାକରଣ ଅଭିଯାନରେ ୯୨ ଲକ୍ଷ ୮୯ ହଜାର ୬୨୧ ଜଣ ସ୍ୱସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଓ ୫୯ ଲକ୍ଷ ୯୪ ହଜାର ୪୦୧ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ୍ ପ୍ରତିଷେଧକ ଟିକା ଦିଆଯାଇଛି । ସେହିପରି ୧ କୋଟି ୧୯ ଲକ୍ଷ ୪୨ ହଜାର ୨୩୩ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଓ ୬୨ଲକ୍ଷ ୭୭ ହଜାର ୭୯୭ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ୱିତୀୟ ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ୪ କୋଟି ୭୬ ଲକ୍ଷ ୪୧ ହଜାର ୯୯୨ ଜଣଙ୍କୁ ପ୍ରଥମ ଡୋଜ୍ ଓ ୨୩ ଲକ୍ଷ ୨୨ହଜାର ୪୮୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ୪ କୋଟି ୯୬ ଲକ୍ଷ ୩୨ ହଜାର ୨୪୫ ଜରଙ୍କୁ ପ୍ରଥମ ଡୋଜ୍ ଓ ୭୭ ଲକ୍ଷ ୨ ହଜାର ୨୫ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଗତକାଲି ଗୋଟିଏ ଦିନରେ ୨୧ ହଜାର ୬୧୧ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରଥମ ଡୋଜ୍ ଓ ୪୩ ହଜାର ୩୨୫ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଦ୍ୱିତୀୟ ଡୋଜ୍ କୋଭିଡ୍ ପ୍ରତିଷେଧକ ଟିକା ଦିଆଯାଇଛି । ସେହିପରି ୯୦ ହଜାର ୫୮୮ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଥମ ଡୋଜ୍ ଓ ୮୨ ହଜାର ୯୪୬ ଜଣ ସମ୍ମୁଖ ଯୋଦ୍ଧାଙ୍କୁ ଦ୍ୱିତୀୟ ୪୫ରୁ ୫୯ ବର୍ଷ ବୟସ ମଧ୍ୟରେ ୯ଲକ୍ଷ ୭୦ ହଜାର ୪୫୨ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧ ଲକ୍ଷ ୯୦ ହଜାର ୪୦୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ୪ଲକ୍ଷ ୮୬ ହଜାର ୯୮୦ ଜରଙ୍କୁ ପ୍ରଥମ ଡୋଜ୍ ଓ ୫ଲକ୍ଷ ୩୬ ହଜାର ୯୮୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି ।

Leave A Reply

Your email address will not be published.

eleven + eight =