ବାଲିକୁଦା: କଟକରେ ଜଣେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କର ମୃତ୍ୟୁ ହେବା ଓ ଭୂବନେଶ୍ୱରରେ ଟାଟା ପାୱାରର ଏକାଧିକ ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ହେବା କାରଣରୁ ନିଜକୁ ସୁରକ୍ଷା ମଣି ବାଲିକୁଦା ବିଦ୍ୟୁତ ବିଭାଗ ପକ୍ଷରୁ ଆଜି ସ୍ୱାବ ସଂଗ୍ରହ ଅଭିଯାନ କରାଯାଇଥିଲା । ଯେଉଁଥିରେକି ବିଭାଗର ସୁରକ୍ଷା କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ ପର୍ଯ୍ୟନ୍ତ ଓ ବିଲ ସଂଗ୍ରହକାରୀଙ୍କ ଠାରୁ ଆରମ୍ଭ କରି ବିଲ ପ୍ରଦାନକାରୀଙ୍କ ପର୍ଯ୍ୟନ୍ତ ସବୁ ସ୍ତରର କର୍ମଚାରୀ ମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ବୋରିକିନା ପଞ୍ଚାୟତ ଡୋଭାଳୋ ସ୍ଥିତ ନୂତନ ଷ୍ଟ୍ରକ୍ଚର ପରିସରରେ ଏହି କ୍ୟାମ୍ପ କରାଯାଇଥିଲା । ଏଥିରେ ୧୦୦ ଜଣଙ୍କର ସ୍ୱବ ସଂଗ୍ରହ କରାଯାଇ କୋଭିଡ଼ ପରୀକ୍ଷା ପାଇଁ ପଠା ଯାଇଛି । ସମୟ ଅଭାବରୁ ହୋଇ ପାରି ନଥିବା ଅନ୍ୟ ୧୨୫ ଜଣ କର୍ମଚାରୀଙ୍କର ସ୍ୱାବ ଆଗାମୀ ଦିନରେ କରାଯିବ ବୋଲି ଏସଡ଼ିଓ ଦେବଦତ ଉପାଧ୍ୟାୟ ସୂଚନା ଦେଇଛନ୍ତି ।