୧୦୧ ଜଣଙ୍କର ସ୍ୱାବ ପରୀକ୍ଷା

ବାଲିକୁଦା,୪ ।୦୬(ନି.ପ୍ର.): ବାଲିକୁଦା କଲେଜ ପରିସରରେ ଆଜି ମୋଟ ୧୦୧ ଜଣଙ୍କ ସ୍ୱାବ ଗ୍ରହଣ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସେମାନଙ୍କ ମଧ୍ୟରେ ଜଣେ ପୁଲିସ ଏସଆଇ ଓ ୩ ଜଣ ପୁଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନି ଜଣ ଥିବା ଜଣାପଡିଛି । ସେହିପରି ଇଛାପୁର ଟିଏମସିରେ ରହୁଥିବା ୯ ଜଣ ପ୍ରବାସୀଙ୍କର ମଧ୍ୟ ସ୍ୱାବ ଗ୍ରହଣ କରାଯାଇଛି ଓ ଗତ ୩୦ ତାରିଖରେ ବାଲିକୁଦା ବ୍ଲକରୁ ଚିହ୍ନଟ ହୋଇଥିବା ୭ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଷରେ ଆସିଥିବା ୮୫ ଜଣ ବ୍ୟକ୍ତିଙ୍କର କୋଭିଡ ପରୀକ୍ଷା ପାଇଁ ଆଜି ସ୍ୱାବ ଗ୍ରହଣ କରାଯାଇଛି ।
ଏହି ସମସ୍ତ ୧୦୧ ଜଣଙ୍କୁ ଆଜି ବାଲିକୁଦା କଲେଜରେ କରାଯାଇଥିବା ନୋଡାଲ କୋଭିଡ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଂଚାଇ ଯାଇ ସେମାନଙ୍କ ସ୍ୱାବ ସଂଗ୍ରହ କରାଯାଇଥିଲା । ବାଲିକୁଦା ବ୍ଲକ ପକ୍ଷରୁ ମଙ୍ଗଳ ଅଧିକାରୀ ପ୍ରମୋଦ ବିଶ୍ୱାଳ, ସାମାଜିକ ସୁରକ୍ଷା ଅଧିକାରୀ ସାଗର କୁମାର ବେହେରା, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରିଣୀ ସସ୍ମିତା ମହାପାତ୍ର, ଫାର୍ମାଶିଷ୍ଟ ଲିଙ୍କନ ମହାନ୍ତି, ଓମପ୍ରକାଶ, ବାଣିଶ୍ରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four × 1 =