୧୧ଜିଲ୍ଲାରେ ମରୁଡି ଆଶଙ୍କା !

ଭୁବନେଶ୍ୱର: ଅନିୟମିତ ମୌସୁମୀ ବର୍ଷା ଯୋଗୁଁ ରାଜ୍ୟରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ମରୁଡି ଆସଙ୍କା ସୃଷ୍ଟି ହୋଇଛି । ବର୍ଷା ଅଭାବ ଯୋଗୁଁ ଜମି ଫାଟି ଆଁ କରିଥିଲା ବେଳେ ଧାନଗଛ ଶୁଖି ଯାଉଥିବା ଜଣାପଡିଛି । ସେହିପରି ଧାନ ତଳିର ଅବସ୍ଥାମଧ୍ୟ ଅନୁରୂପ । ଧାରା ଶ୍ରାବଣ ମାସରେ ଟାଇଁ ଟାଇଁ ଖରା ଯୋଗୁଁ ଜମି ଫାଟି ଆଁ କଲାଣି । ମିଳିଥିବା ସୂଚନା ଅନୁଯାୟୀ ୧୧ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ଠାରୁ କମ୍ ବର୍ଷା ହୋଇଛି । ତେବେ ଗୋଟିଏ ଜିଲ୍ଲାରେ ଅତିକମ୍ ବର୍ଷା ହୋଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପୁରୀ ଜିଲ୍ଲାରେ ସବୁଠାରୁ କମ୍ ବର୍ଷା ହୋଇଛି । ପୁରୀ ଜିଲ୍ଲାରେ ସ୍ୱାଭାବିକଠାରୁ ୫୫ପ୍ରତିଶତ କମ୍ ବର୍ଷା ହୋଇଥିଲା ବେଳେ ବାଲେଶ୍ୱର, ଢେଙ୍କାନାଳ, ସୁବର୍ଣ୍ଣପୁର, ଭଦ୍ରକ, ନୟାଗଡ, କଟକ, ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ଅନ୍ୟପକ୍ଷରେ ନୂଆପଡା , ଗଜପତି, ବୌଦ୍ଧ, ମାଲକାନଗିରି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡା, ସମ୍ବଲପୁର, ବଲାଙ୍ଗିର, ବରଗଡ, ଅନୁଗୋଳ, ଦେବଗଡ, ନବରଙ୍ଗପୁର, ସୁନ୍ଦରଗଡ, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଝାରସୁଗୁଡା ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାପଡିଛି । ଆଗାମି ସପ୍ତାହକ ମଧ୍ୟରେ ସ୍ୱଭାବିକ ବର୍ଷା ନହେଲେ ରାଜ୍ୟର ୧୧ଟି ଜିଲ୍ଲାରେ ମରୁଡି ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ରହିଛି ।

Leave A Reply

Your email address will not be published.

11 − 5 =