ବାଲିକୁଦା : ଗତକାଲି ରାତିରେ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ୧୧ ଲିଟର ୬୪୦ ମିଲି ବିଦେଶି ମଦ ଜବତ କରାଯାଇଥିବା ବେଳେ ବେଆଇନ ମଦ କାରବାର ଘଟଣାରେ ଜଣେ ମହିଳା ସମେତ ଅନ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ବାଲିକୁଦା ଥାନା ଓ ବାଲିକୁଦା ଅବକାରୀ ବିଭାଗ ପକ୍ଷରି ମିଳିତ ଭାବେ ଏହି ଚଢଉ କରାଯାଇଥିଲା । ହସ୍ତଗତ ହୋଇଥିବା ସୂଚନା ମୁତାବକ ଗତକାଲି ଏହି ଚଢଉ କରାଯାଇ ଅନନ୍ତପୁର ଫାଣ୍ଡି ଅଧୀନ ଅପଣ୍ଡରା ପଞ୍ଚାୟତ ଓଳାଷ ଗାଁର ତରଙ୍ଗ ନାୟକ(୪୩)କୁ ବେଆଇନ ମଦ କାରବାର ଘଟଣାରେ ଗିରଫ କରାଯାଇଥିବା ବେଳେ ତା ଠାରୁ ୩ଲି ୬ ଶହ ମିଲି ବିଦେଶୀ ମଦ ଜବତ କରାଯାଇଛି । ତା ବିରୁଦ୍ଧରେ ଓଡିଶା ଅବକାରୀ ଆଇନ ବଳରେ ୩୦/୨୦ରେ ମାମଲା ରୁଜୁ କରାଯାଇଛି । ସେହିପରି ମୁଳୁଗାଁ ପଞ୍ଚାୟତ ମହାଦେଇବ୍ରହ୍ନପୁର ଗାଁର କାମିନି ମନ୍ଥନ (୪୧)ନାମକ ଜଣେ ମହିଳା ମଦ ବେପାରୀଙ୍କୁ ଗିରଫ କରାଯାଇ ତା ଟାରୁ ୩ ଲିଟର ୨୪୦ ମିଲି ବିଦେଶୀ ମଦ ଜବତ କରାଯାଇ ୨୯/୨୦ରେ ମାମଲା ରୁଜୁ କରାଯାଇଛି । ଅନ୍ୟ ପକ୍ଷରେ କୃଷ୍ଣଦାସପୁର ପଞ୍ଚାୟତ ସିଂହାରପୁର ଗାଁର ସୁଜିତ୍ ବେହେରା (୩୦)ଙ୍କୁ ଗିରଫ କରାଯାଇଥିବା ବେଳେ ତା ଠାରୁ ୪ ଲିଟର ୮୦୦ ଗ୍ରାମର ବିଦେଶୀ ମଦ ଜବତ କରାଯାଇ ୨୮/୨୦ରେ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏହି ଚଢଉରେ ବାଲିକୁଦା ଅବକାରୀ ଏସଆଇ ନଳିନୀ ଜୟନ୍ତୀ ସ୍ୱାଇଁଙ୍କ ସମେତ ଏସଆଇ ଚିନ୍ମୟ ଦାସ, ବାଲିକୁଦା ଥାନା ଏଏସଆଇ ନିତ୍ୟାନନ୍ଦ ସ୍ୱାଇଁ କନଷ୍ଟେବଲ ଚିତ୍ତରନ ଦାଶ, ହିମାଂଶୁ ନାୟକ, କଲ୍ୟାଣି ସେଠୀ ନବଘନ ମାରାଣ୍ଡି ପ୍ରମୁଖ ଏହି ଚଢଉରେ ସାମିଲ ଥିଲେ ।