୧୩ଟି ବିରୋଧି ଦଳର ରାଜ୍ୟସ୍ତରୀୟ ପ୍ରତିବାଦ ଆଜି

ଭୁବନେଶ୍ୱର,୨୪.୬(ନି.ପ୍ର) : ଓଡିଶାର ୧୩ଟି ବିରୋଧି ରାଜନୈତିକ ଦଳ ଏକ ବୈଠକରେ ମିଳିତ ହୋଇ ଆସନ୍ତା କାଲି ୨୬ ତାରିଖରେ କରୋନା ମହାମାରୀ ପରିଚାଳନାରେ ବିଫଳତା ବିରୁଦ୍ଧରେ ଏବଂ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ଦାବିରେ ରାଜ୍ୟସ୍ତରୀୟ ପ୍ରତିବାଦ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି । ଏହିଦିନ ପୂର୍ବାହ୍ନ ୧୧ଟା ବେଳେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଂଟିନରେ ମିଳିତ ପ୍ରତିବାଦ ପ୍ରଦର୍ଶନ କରାଯିବ । ଏକ ପ୍ରତିନିଧି ଦଳ ମାନ୍ୟବର ରାଜ୍ୟପାଳଙ୍କୁ ସାକ୍ଷାତ କରି ଦାବିପତ୍ର ମଧ୍ୟ ଦେବେ । ଆଜିର ଏହି ବୈଠକରେ ଭାରତୀୟ ଜାତୀୟ କଂଗ୍ରେସ, ସିପିଆଇ, ସିପିଆଇ(ଏମ), ସିପିଆଇ (ଏମ.ଏଲ) ଲିବରେସନ, ସମାଜବାଦୀ ପାର୍ଟି, ଆମ୍ ଆଦିମ ପାର୍ଟି, ଅଲ୍ ଇଣ୍ଡିଆ ଫରୁୱାର୍ଡ ବ୍ଲକ, ସିପିଆଇ(ଏମ.ଏଲ) ରେଡ ଷ୍ଟାର, ରାଷ୍ଟ୍ରୀୟ ଜନତା ଦଳ, କଳିଙ୍ଗ ସେନା ଏନ୍ସିପି, ବହୁଜନ ସମାଜ ପାର୍ଟି, ସମୃଦ୍ଧ ଓଡ଼ିଶା ପ୍ରମୁଖ ଦଳର ପ୍ରତିନିଧିମାନେ ସର୍ବଶ୍ରୀ ନିରନ ପଟ୍ଟନାୟକ, ଆଶିଷ କାନୁନ୍ଗୋ, ଅଳିକିଶୋର ପଟ୍ଟନାୟକ, ସୁଦର୍ଶନ ପ୍ରଧାନ, ରାମ ପଣ୍ଡା, ସୁରେଶ ପାଣିଗ୍ରାହୀ, ଜ୍ୟୋତିରଂଜନ ମହାପାତ୍ର, ହେମନ୍ତ ସାହୁ, ନିଶିକାନ୍ତ ମହାପାତ୍ର, ସୁଦର୍ଶନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।


ପ୍ରକାଶଥାଉକି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅପରିଣାମଦର୍ଶିତା ଏବଂ ଦୁରଦୃଷ୍ଟିହୀନତା ଯୋଗୁଁ କରୋନା ସଂକ୍ରମଣ ଆମ ଦେଶରେ ବଢ଼ି ବଢ଼ି ଚାଲିଛି । ମୋଦି ସରକାର ପ୍ରାକ୍ ପ୍ରସ୍ତୁତି ବିନା ଅଚାନକ ଲକ୍ଡାଉନ ଘୋଷଣା କଲେ । ଯାହାର ପରିଣାମ ସ୍ୱରୂପ ଦେଶର କୋଟି କୋଟି ଲୋକ ଚରମ ଦୁର୍ଦ୍ଧିନ ଭିତରକୁ ଠେଲି ହୋଇଗଲେ । ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ରାଜନୈତିକ ସହଯୋଗୀ ଭାବେ କରୋନା ମହାମାରୀର ପରିଚାଳନା କ୍ଷେତ୍ରରେ ରାଜ୍ୟ ଏବଂ ରାଜ୍ୟବାସୀଙ୍କୁ ମଧ୍ୟ ଦୁର୍ଦ୍ଧିନ ଭିତରକୁ ଠେଲି ଦେଇଛନ୍ତି । ଅନ୍ୟରାଜ୍ୟରୁ ଫେରିଥିବା ପ୍ରବାସୀ ଓଡ଼ିଆ ବିଶେଷ କରି ପ୍ରବାସୀ ଶ୍ରମିକମାନଙ୍କର କୋଭିଡ ଟେଷ୍ଟିଂକୁ ଅଣଦେଖା କରାଯାଉଛି । ସେମାନେ ଟେଷ୍ଟିଙ୍ଗ ପାଇଁ ଅନୁରୋଧ କଲାପରେ ମଧ୍ୟ ତାହା ନକରି ସେମାନଙ୍କୁ ଘରକୁ ପଠାଇ ଦିଆଯାଉଛି । ଫଳରେ ଗୋଷ୍ଠି ସଂକ୍ରମଣ ରାଜ୍ୟରେ ଆରମ୍ଭ ହେବାର ଆଶଂକା ସୃଷ୍ଟି ହୋଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କରୋନା ମହାମାରୀ ପରିଚାଳନାରେ ତୃଟିପୂର୍ଣ୍ଣ ଓ ଅପରିଣାମଦର୍ଶୀ କାର୍ଯ୍ୟକ୍ରମର ପ୍ରତିବାଦ ଓ ଲୋକଙ୍କର ଜୀବନ ଜୀବିକାର ସୁରକ୍ଷା ପାଇଁ ବିରୋଧି ରାଜନୈତିକ ଦଳମାନେ ଏକାଠି ହୋଇ ରାଜ୍ୟବାସୀଙ୍କୁ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ନିବେଦନ କରିଛନ୍ତ ।

Leave A Reply

Your email address will not be published.

nine + 12 =